fbpx

ଅଗ୍ରଣୀ ଆଇଟି କମ୍ପାନୀ ଦେଲା ଛଟେଇର ଚେତାବନୀ: ଅଫିସ୍ ନଆସିଲେ ଘରେ ବସାଇଦେବୁ

AAKASH

ନୂଆଦିଲ୍ଲୀ: ଘରୁ କାମ କରୁଥିବା (ୱାକ୍ ଫ୍ରମ୍ ହୋମ୍) କର୍ମଚାରୀଙ୍କ ବିରୋଧରେ ଆଇଟି ସେକ୍ଟରର ଅଗ୍ରଣୀ କମ୍ପାନୀ କଗ୍ନିଜାଣ୍ଟ କଠୋର ହୋଇଛି । କଗ୍ନିଜାଣ୍ଟ ନିଜର କର୍ମଚାରୀମାନଙ୍କୁ ଚେତାବନୀ ଦେଇଛି ଯେ, ଯଦି ସେମାନେ ଅଫିସରୁ କାମ ଆରମ୍ଭ ନକରନ୍ତି, ତେବେ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇପାରେ ।

ମାର୍ଚ୍ଚ ୨୦୨୪ ଶେଷ ସୁଦ୍ଧା କମ୍ପାନୀ ୩୩୦୦ କର୍ମଚାରୀଙ୍କୁ ଛଟେଇ କରିସାରିଛି । ବର୍ତ୍ତମାନ କମ୍ପାନୀରେ ୩୪୪,୪୦୦ କର୍ମଚାରୀ ଅଛନ୍ତି ।

କଗ୍ନିଜାଣ୍ଟରେ ହୋଇସାରିଛି ୱାକ୍ ଫ୍ରର୍ମ ଅଫିସ୍ ପଲିସି :-
କଗ୍ନିଜାଣ୍ଟ ଟେକ୍ନୋଲୋଜି ସଲ୍ୟୁସନ୍ କହିଛି ଯେ, ଅଫିସ୍ ନୀତିରୁ କମ୍ପାନୀ ଏହି କାର୍ଯ୍ୟକୁ କଡାକଡି ଭାବେ କାର୍ଯ୍ୟକାରୀ କରିଛି । କର୍ମଚାରୀମାନଙ୍କୁ କାର୍ଯ୍ୟାଳୟକୁ ଫେରିବାକୁ କହି ଅନେକ ଚିଠି ପଠାଯାଇଛି । ଅଧିକାଂଶ କର୍ମଚାରୀ ବର୍ତ୍ତମାନ ଅଫିସରୁ କାମ କରୁଛନ୍ତି । ଏହା ପରେ ମଧ୍ୟ ଅନେକ ଲୋକ ଘରୁ କାମ କରୁଛନ୍ତି । ଏହାର ଫଳାଫଳ ଭଲ ହେବ ନାହିଁ । ଲାଇଭ ମେଣ୍ଟ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କଗ୍ନିଜାଣ୍ଟ ଏକ ଚେତାବନୀ ସ୍ୱରରେ କହିଛି ଯେ, ଏପରି କର୍ମଚାରୀମାନଙ୍କୁ ଛଟେଇ ଭଳି ଗମ୍ଭୀର ପରିଣାମର ସମ୍ମୁଖୀନ ହେବାକୁ ପଡ଼ିବ ।

ସପ୍ତାହରେ ଅତି କମରେ ୩ ଦିନ ଅଫିସରୁ କାମ କରନ୍ତୁ :-

ଆଇଟି କମ୍ପାନୀ ଚଳିତ ବର୍ଷ ପ୍ରାରମ୍ଭରେ ସପ୍ତାହରେ ଅତି କମରେ ୩ ଦିନ ଅଫିସରୁ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲା । ସେବେଠାରୁ କର୍ମଚାରୀଙ୍କ ଅଫିସ୍ ସମୟ ଉପରେ କଡା ନଜର ରଖାଯାଉଛି । ଫେବୃଆରୀରେ କମ୍ପାନୀର ସିଇଓ ଏସ ରବି କୁମାର ମଧ୍ୟ କର୍ମଚାରୀମାନଙ୍କୁ କାର୍ଯ୍ୟାଳୟକୁ ଆସି କାମ କରିବାକୁ ନିବେଦନ କରିଥିଲେ । କମ୍ପାନୀର ଟାର୍ଗେଟରେ ଏପରି କର୍ମଚାରୀ ଅଛନ୍ତି, ଯେଉଁମାନଙ୍କର ପାଖରେ ବର୍ତ୍ତମାନ କୌଣସି ପ୍ରୋଜେକ୍ଟ ନାହିଁ ।

Get real time updates directly on you device, subscribe now.