fbpx

ୟୁକ୍ରେନ ଉପରେ ପୁଣି ରୁଷର ଡ୍ରୋନ୍‌ ଆକ୍ରମଣ, ଜାଣନ୍ତୁ ଏବେ ୟୁକ୍ରେନ ଅବସ୍ଥା କିପରି ଅଛି…

ଓଡିଶା ଭାସ୍କର: ଶାନ୍ତିର ଆଲୋଚନାକୁ ଏଡାଇ ୟୁକ୍ରେନ ଉପରେ ଲଗାତାର ଆକ୍ରମଣ କରିଚାଲିଛି ରୁଷ । ଯଦି ଏହାର ତୁରନ୍ତ ସମାଧାନ ନ ବାହାରିବ ତାହାହେଲେ ଉଭୟ ଦେଶ ମଧ୍ୟରେ ଆହୁରି ଭୟଙ୍କର ଯୁଦ୍ଧ ପରିସ୍ଥିତି ଉପୁଜିପାରେ । ତେବେ ରୁଷର ଆକ୍ରମଣ ରୂପ ଦେଖିଲେ ଲାଗୁଛି ଯେ, ବୋଧ ହୁଏ ୟୁକ୍ରେନ ଦେଶ ଖୁବଶୀଘ୍ର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯିବ । ୟୁକ୍ରେନ ଅପେକ୍ଷା ରୁଷର ପଲ୍ଲା ଭାରି ରହିଥିବା ବେଳେ ଶକ୍ତି ପଦର୍ଶନ କରିବାକୁ ଯାଇ ଏବେ ୟୁକ୍ରେନକୁ ଖଣ୍ଡ ବିଖଣ୍ଡିତ କରିବାରେ ଲାଗିଛି ରୁଷ ।

ତେବେ ବର୍ତ୍ତମାନ ପରିପ୍ରେକ୍ଷୀରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୟୁରୋପୀୟ ନେତାଙ୍କ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ସ୍ପେନ ଯାତ୍ରା କରିଥିବା ବେଳେ ଏହି ସମୟରେ ରୁଷିଆ ୟୁକ୍ରେନ ଉପରେ ଅଧିକ ଡ୍ରୋନ ଆକ୍ରମଣ କରିଥିବା ଖବର ରହିଛି। ମିଳିଥିବା ସୂଚନା ମୁତାବକ, ରୁଷିଆ ଦକ୍ଷିଣ ଓଡ଼େସା, ମାଇକୋଲାଇଭ ଏବଂ କିରୋଭୋରାଡ ଅଞ୍ଚଳରେ ଡ୍ରୋନ୍‌ ଆକ୍ରମଣ କରିଛି। ଅନ୍ୟପଟେ ରୁଷର ୨୯ଟି ଇରାନ ନିର୍ମିତ ଡ୍ରୋନ୍‌ ମଧ୍ୟରୁ ୨୪ଟିକୁ ଖସାଇବାରେ ସଫଳ ହୋଇଛି ୟୁକ୍ରେନ ବାୟୁ ପ୍ରତିରକ୍ଷା ବିଭାଗ। ଅନ୍ୟପଟେ କିରୋଭୋରାଡ ଆଞ୍ଚଳିକ ପ୍ରଶାସନର ମୁଖ୍ୟ ଆଣ୍ଡ୍ରି ରାଇକୋଭିଚ କହିଛନ୍ତି ଯେ, ଡ୍ରୋନ୍‌ ଆକ୍ରମଣ ଯୋଗୁ ଇନ୍‌ଫ୍ରାଷ୍ଟ୍ରକ୍‌ଚରରେ ଲାଗିଥିବା ନିଆଁ ଲିଭାଇବା ପାଇଁ ଜରୁରୀକାଳିନ ସେବା ନିୟୋଜିତ କରାଯାଇଛି। ଏହା ସହ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସେ କହିଛନ୍ତି। ତେବେ ଏଭଳି ପରିସ୍ଥିତି ଭିତରେ ଉଭୟ ଦେଶର ଆଭିମୁଖ୍ୟ କ’ଣ ରହିବ, ତା’କୁ ନେଇ ସାରା ବିଶ୍ୱର ନଜର ରହିଛି।

Get real time updates directly on you device, subscribe now.