fbpx
BSKY SKY
BSKY SKY

IPL ରେ ଇତିହାସ ରଚିଲେ M.S Dhoni: ଏଭଳି ରେକର୍ଡ କରିବାରେ ପ୍ରଥମ ୱିକେଟ କିପର

BSKY

ନୂଆଦିଲ୍ଲୀ: ପଞ୍ଜାବ କିଙ୍ଗସ ବିପକ୍ଷରେ ଚମତ୍କାର ବିଜୟ ହାସଲ କରିଛି ଚେନ୍ନାଇ ସୁପର କିଙ୍ଗସ । ଏହି ବିଜୟ ସହ ଚେନ୍ନାଇ ଷଷ୍ଠ ସ୍ଥାନରୁ ଉଠି ତୃତୀୟ ସ୍ଥାନରେ ପହଞ୍ଚିଛି । ତେବେ ଏହି ମ୍ୟାଚରେ ଏକ ଇତିହାସ ସୃଷ୍ଟି କରିଛନ୍ତି ଦଳର ପୂର୍ବତନ ଅଧିନାୟକ ଏମ.ଏସ ଧୋନୀ । ପଞ୍ଜାବ ବିପକ୍ଷ ମ୍ୟାଚରେ ଧୋନୀ ପ୍ରଥମ ବଲରେ ନିଜ ୱିକେଟ ହରାଇ ପାଭିଲିୟନ୍ ଫେରିଛନ୍ତି । କିନ୍ତୁ ୱିକେଟ କିପର ଭାବରେ ଏକ ବିଶାଳ ରେକର୍ଡର ଅଧିକାରୀ ହୋଇଛନ୍ତି ମାହି । ଆଇପିଏଲ ଇତିହାସରେ ଏଭଳି କରିବାରେ ସେ ପ୍ରଥମ ୱିକେଟ କିପର ପାଲଟିଛନ୍ତି ।

ପଞ୍ଜାବ କିଙ୍ଗସ ବିପକ୍ଷରେ ୧୧ ତମ ଓଭର ବୋଲିଂ କରୁଥିଲେ ଇମ୍ପାକ୍ଟ ପ୍ଲେୟର ସିମରଜିତ୍ ସିଂହ । ଏହି ଓଭରର ଚତୁର୍ଥ ବଲରେ ଜିତେଶ ଶର୍ମାଙ୍କ ୱିକେଟ ହାସଲ କରିଥିଲା ଚେନ୍ନାଇ । ୱିକେଟ ପଛରେ ଏମ.ଏସ ଧୋନୀ ଜିତେଶଙ୍କ କ୍ୟାଚ୍ ନେଇ ଆଇପିଏଲରେ ଇତିହାସ ନିଜ ନାମରେ କରିଛନ୍ତି । ପ୍ରଥମ ୱିକେଟ କିପର ଭାବରେ ଧୋନୀ ଆଇପିଏଲରେ ୧୫୦ କ୍ୟାଚ ନେବାରେ ସଫଳ ହୋଇଛନ୍ତି । ନିଜର ୨୬୧ତମ ମ୍ୟାଚରେ ୧୫୦ଟି କ୍ୟାଚ୍ ନେଇ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି ଏମ.ଏସ ଧୋନୀ । ତେବେ ୧୪୪ଟି ୱିକେଟ ସହ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଭେଟେରାନ୍ ୱିକେଟ କିପର ଦିନେଶ କାର୍ତ୍ତିକ ରହିଥିବା ବେଳେ ଏବି ଡି ଭିଲିୟର୍ସ ୧୧୯ ୱିକେଟ ସହ ତୃତୀୟ ସ୍ଥାନରେ ରହିଛନ୍ତି ।

ତେବେ ଆଇପିଏଲରେ ୧୫୦ କ୍ୟାଚ ହାସଲ କରିଥିବା ବେଳେ ମୋଟ ୧୯୨ଟି ଶିକାର କରିଛନ୍ତି ମାହି । ଆଇପିଏଲ କ୍ୟାରିୟରରେ ୧୫୦ କ୍ୟାଚ ବ୍ୟତୀତ ଧୋନୀ ୪୨ଟି ଷ୍ଟମ୍ପିଙ୍ଗ ମଧ୍ୟ କରିଛନ୍ତି । ଏହାବ୍ୟତୀତ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ-ୱିକେଟ କିପର ଋଷଭ ପନ୍ତ ବର୍ତ୍ତମାନ ସୁଦ୍ଧା ମୋଟ ୭୫ଟି କ୍ୟାଚ ସଂଗ୍ରହ କରି ସାରିଛନ୍ତି । ଏହାବ୍ୟତୀତ ପଞ୍ଜାବ ବିପକ୍ଷ ମ୍ୟାଚରେ ୯ ନମ୍ବରରେ ବ୍ୟାଟିଂ କରିବାକୁ ଆସି ଧୋନୀ ଆଉ ଏକ ରେକର୍ଡ ମଧ୍ୟ ହାସଲ କରିଛନ୍ତି । ପ୍ରଥମ ଥର ପାଇଁ ଅଷ୍ଟମ ସ୍ଥାନରୁ କମ୍ ପୋଜିସନରେ ବ୍ୟାଟିଂ କରିବାକୁ ଆସି ରେକର୍ଡ କରିଛନ୍ତି ଏମ.ଏସ ଧୋନୀ ।

Get real time updates directly on you device, subscribe now.