fbpx
BSKY SKY
BSKY SKY

୨୧ ସଙ୍କଳ୍ପ ଘୋଷଣା କଲା ରାଜ୍ୟ ବିଜେପି: ଜାଣନ୍ତୁ କ’ଣ ଦେଲା ପ୍ରତିଶୃତି

BSKY

ଭୁବନେଶ୍ୱର: ରାଜ୍ୟ ବିଜେପିର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଛି । ଭୁବନେଶ୍ୱରରେ ଏକ ଘରୋଇ ହୋଟେଲ୍‌ରେ ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏହି ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଛନ୍ତି । ନିର୍ବାଚନୀ ଇସ୍ତାହାର ଉନ୍ମୋଚନ ଅବସରରେ ଜେପି ନଡ୍ଡାଙ୍କ କହିଛନ୍ତି, ଗତ ୧୦ ବର୍ଷରେ ରାଜନୀତିର ସଂସ୍କୃତି ବଦଳିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ରାଜନୀତିର ସଂସ୍କୃତି ବଦଳିଛି । ନିର୍ବାଚନୀ ଇସ୍ତାହାରର ଗରିମା, ମହତ୍ୱ ବି ବଢିଯାଇଛି । ଏହି ସଙ୍କଳ୍ପ ପତ୍ରରେ ରାଜ୍ୟବାସୀଙ୍କୁ ଦଳ ୨୧ଟି ସଙ୍କଳ୍ପ ଦେଇଥିବାବେଳେ, ସରକାରକୁ ଆସିଲେ ତୁରନ୍ତ ଏହି ୨୧ ସଙ୍କଳ୍ପ ପୂରା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ ।

ତେବେ ନଜର ପକାନ୍ତୁ, ରାଜ୍ୟ ବିଜେପିର ଏହି ୨୧ଟି ସଙ୍କଳ୍ପ ଉପରେ…

 

ରାଜ୍ୟ ବିଜେପିର ୨୧ ସଙ୍କଳ୍ପ

୧ – ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳ ନୀତି । ୧୮ ମାସ ଭିତରେ ଚିଟଫଣ୍ଡ ସ୍କାମରେ ଅଟକି ଥିବା ଟଙ୍କା ଫେରସ୍ତ ପାଇଁ ପ୍ରତିଶ୍ରୁତି ।
୨ – ଧାନ କ୍ୱିଣ୍ଟାଲ ପିଛା କ୍ରୟ ମୂଲ୍ୟ ୩୧୦୦ ଟଙ୍କା କରିବାକୁ ପ୍ରତିଶ୍ରୁତି । ଡିିବିଟି ଜରିଆରେ ୪୮ ଘଣ୍ଟା ଭିତରେ କୃଷକମାନଙ୍କୁ ଅର୍ଥ ହସ୍ତାନ୍ତର କରିବାକୁ ପ୍ରତିଶ୍ରୁତି ।
୩ – ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ଆରମ୍ଭ କରିବାକୁ ସଙ୍କଳ୍ପ ପତ୍ରରେ ଉଲ୍ଲେଖ । ଏହାଦ୍ୱାରା ପ୍ରତ୍ୟେକ ମହିଳା ୫୦ ହଜାର ଟଙ୍କାର ନଗଦ ଭାଉଚର ପାଇବେ । ଯାହା ଦୁଇ ବର୍ଷ ଭିତରେ ଖର୍ଚ୍ଚ କରାଯାଇପାରିବ ।
୪ – ରାଜ୍ୟ ବାହାରେ ରହୁଥିବା ଓଡିଶା ବ୍ୟକ୍ତି ବିଶେଷଙ୍କ କଲ୍ୟାଣ ପାଇଁ ସମସ୍ତ ମେଟ୍ରୋ ସହରରେ ଓଡିଆ ସମୁଦାୟ ଭବନ ପ୍ରତିଷ୍ଠା କରିବାକୁ ପ୍ରତିଶ୍ରୁତି ।
୫ – ୨୦୨୭ ସୁଦ୍ଧା ଓଡିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ପ୍ରତିଶ୍ରୁତି ।
୬ – ମତ୍ସ୍ୟଜୀବୀଙ୍କୁ ଅଣ ଉତ୍ପାଦନ ସମୟରେ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ରାଜ୍ୟ ବିଜେପିର ପ୍ରତିଶ୍ରୁତି ।
୭ – ୭୫ ହଜାର କିଲୋମିଟର ଗ୍ରାମ୍ୟ ଓ ଜାତୀୟ ରାଜପଥ ନିର୍ମାଣ କରିବାକୁ ପ୍ରତିଶ୍ରୁତି । ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ତଥା ଜିଲ୍ଲା ସଦର ପରିକ୍ରମାକୁ ରାଜ୍ୟ ରାଜଧାନୀ ସହ ଯୋଡିବାକୁ ଲକ୍ଷ୍ୟ ।
୮ – ୨୦୨୯ ସୁଦ୍ଧା ୩ ଲକ୍ଷ ୫୦ ହଜାର ଲୋକଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି
୯ – ଓଡିଆରେ ଆଇନ୍, ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରଚଳନ କରିବାକୁ ରାଜ୍ୟ ବିଜେପିର ଘୋଷଣା ।
୧୦ – ୧.୫ ଲକ୍ଷ ଖାଲି ପଦବୀ ପୂରଣ କରିବାକୁ ପ୍ରତିଶ୍ରୁତି । ପ୍ରଥମ ୨ ବର୍ଷ ଭିତରେ ୬୫ ହଜାର ପୂରଣ କରିବାକୁ ଲକ୍ଷ୍ୟ ।
୧୧ – କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ଆରମ୍ଭ ହେବ କେନ୍ଦୁପତ୍ର ତୋଳାଳୀ କଲ୍ୟାଣ ଯୋଜନା
୧୨ – ପିଏମ୍ ଆବାସ୍ ଯୋଜନାରେ ୧୫ ଲକ୍ଷ ଘର ଗୃହହୀନଙ୍କୁ ଯୋଗାଇବାକୁ ସଙ୍କଳ୍ପ । ୪୦ ହଜାର ସର୍ବସାଧାରଣ ସ୍ଥାନରେ ଏବଂ ୨୬ ଲକ୍ଷ ଗୃହକର୍ତ୍ତାଙ୍କୁ ଜଳ ଯୋଗାଣ ଲକ୍ଷ୍ୟ ।
୧୩ – ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ । ରତ୍ନ ଭଣ୍ଡାର ଖୋଲି ଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତିର ତାଲିକା ପ୍ରସ୍ତୁତ । ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାକୁ ପ୍ରତିଶ୍ରୁତି ।
୧୪ – ବୁଣାକାରଙ୍କ ଜୀବିକାକୁ ଉନ୍ନତ କରିବାକୁ ପ୍ରତିଶ୍ରୁତି । ରାଜ୍ୟରେ ବୟନଶିଳ୍ପକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ।
୧୫ – ଅଣ ସଙ୍ଗଠିତ କ୍ଷେତ୍ର ଶ୍ରମିକମାନଙ୍କୁ ୫ ଲକ୍ଷ ଟଙ୍କାର ବୀମା କଭର ।
୧୬ – କ୍ଷମତାକୁ ଆସିବାର ଶହେ ଦିନ ଭିତରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି । ବାର୍ଷିକ ୮ ଲକ୍ଷରୁ କମ୍ ରୋଜଗାର କରୁଥିବା ପ୍ରତ୍ୟେକ ନାଗରିକଙ୍କୁ ମିଳିବ ଏହି ସୁବିଧା ।
୧୭ – ବିଦ୍ୟାଳୟରେ ଡ୍ରପ୍ ଆଉଟ୍ ରୋକିବାକୁ ଜନଜାତି ଛାତ୍ରଛାତ୍ରୀଙ୍କୁ ଶହିଦ୍ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନାରେ ୫ ହଜାର ଟଙ୍କାର ସହାୟତା ରାଶି ଦେବାକୁ ଘୋଷଣା ।
୧୮ – ମୁଖ୍ୟମନ୍ତ୍ରୀ ସହାୟତା ଯୋଜନାରେ ବୟସ୍କ, ଦିବ୍ୟାଙ୍ଗ, ବିଧବା, ନିରାଶ୍ରୟମାନଙ୍କୁ ୩ ହଜାର ଟଙ୍କା ମାସିକ ପେନସନ୍ ପ୍ରଦାନ କରିବାକୁ ପ୍ରତିଶ୍ରୁତି । ୮୦ ପ୍ରତିଶତ ଅକ୍ଷମତା ଥିବା ଦିବ୍ୟାଙ୍ଗ ଏବଂ ୮୦ରୁ ଅଧିକ ବୟସର ବ୍ୟକ୍ତିଙ୍କୁ ୩୫୦୦ ଟଙ୍କାର ପେନସନ୍ ଦେବାକୁ ପ୍ରତିଶ୍ରୁତି ।
୧୯ – ମିଶନ ସ୍ୱାସ୍ଥ୍ୟ ଓଡିଶାରେ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩୬ ହଜାର ନୂତନ ଶଯ୍ୟାର ବ୍ୟବସ୍ଥା । ୧୦୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କନ୍ଦ୍ରେକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଭାବେ ଉନ୍ନତ କରିବାକୁ ପ୍ରତିଶ୍ରୁତି । ପ୍ରତ୍ୟେକ ଜିଲ୍ଲାରେ ଏକ ନର୍ସିଂ କଲେଜ, ଏକ ମେଡିକାଲ କଲେଜ ଏବଂ ଏକ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ପ୍ରତିଷ୍ଠା କରିବାକୁ ପ୍ରତିଶ୍ରୁତି ।
୨୦ – ଓଡିଶାକୁ ଦେଶର ତୃତୀୟ ସର୍ବାଧିକ ପର୍ଯ୍ୟଟକ ଆସୁଥିବା ରାଜ୍ୟ ତାଲିକା ମଧ୍ୟରେ ସ୍ଥାନିତ କରିବାକୁ ପ୍ରତିଶ୍ରୁତି ।
୨୧ – ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ମାଧ୍ୟମରେ ଓଡିଶାର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ମାଗଣାରେ ବିଜୁଳି ଯୋଗାଇବାକୁ ପ୍ରତିଶ୍ରୁତି ।

Get real time updates directly on you device, subscribe now.