fbpx
BSKY SKY
BSKY SKY

Breaking News; ପୁରୀରେ କଂଗ୍ରେସ ପ୍ରାର୍ଥୀଙ୍କୁ ଆକ୍ରମଣ: ଉମାବଲ୍ଲଭ ରଥଙ୍କୁ ଦୁର୍ବୃତ୍ତଙ୍କ ମାଡ଼ ମାରିବା ଅଭିଯୋଗ

BSKY

ପୁରୀ: ସାରା ଓଡ଼ିଶାରେ ନିର୍ବାଚନ ମାହୋଲ ସରଗରମ ରହିଛି । ତେବେ ପୁରୀ ରାଜନୀତି ଏବେ ଚର୍ଚ୍ଚାରେ ରହିଥିବା ବେଳେ ଏଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପ୍ରଚାରରେ ବୁଲିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କୁ ଆକ୍ରମଣ ହୋଇଥିବା ଜାଣିବାକୁ ମିଳିଛି । ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ କିଛି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି । ଏହି ଘଟଣାରେ ଉମାବଲ୍ଲଭଙ୍କ ମୁଣ୍ଡରେ ଆଘାତ ଲାଗିଛି । ତେବେ ଏହି ଆକ୍ରମଣ ଘଟଣାକୁ ନେଇ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥ ଏବଂ ଦଳୀୟ କର୍ମୀ । ତେବେ ନିର୍ବାଚନ ସମୟରେ ଜଣେ ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ ମାମଲା ଅଞ୍ଚଳରେ ଉତ୍ତେଜନା ପରିସ୍ତିତି ସୃଷ୍ଟି କରିଛି ।

Get real time updates directly on you device, subscribe now.