fbpx
BSKY
BJD YOUTH SKY
BJD MS SKY

‘ମହାଦାନବ’ ତାରାରେ ଭରିଯାଇଛି ଆକାଶଗଙ୍ଗା: ହବଲ ଟେଲିସ୍କୋପରୁ ଫଟୋ ସେୟାର କଲା ନାସା

ନୂଆଦିଲ୍ଲୀ: ନାସା ହବଲ ଟେଲିସ୍କୋପରେ ନିଆଯାଇଥିବା ଆକାଶଗଙ୍ଗାର ଏକ ନୂଆ ଫଟୋ ସେୟାର କରିଛି । ଯାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଆକାଶଗଙ୍ଗା ଏଥିରେ ଏକ ସ୍ପାଇରାଲ ବାହୁ ଭଳି ନଜର ଆସିଛି । ଏହାସହିତ ମହାଦାନବ ତାରା ଭରି ହୋଇଯାଇଥିବା ଦେଖିବାକୁ ମିଳିଛି । ସେଫିୟସ ତାରାମଣ୍ଡଳରୁ ପ୍ରାୟ ୭୮ ମିଲିୟନ ପ୍ରକାଶ ବର୍ଷ ଦୂର ଏହି ଆକାଶଗଙ୍ଗାକୁ ନାମ ଦିଆଯାଇଛି ଏନଜିସି ୬୯୫୧ । ତେବେ ପୃଥିବୀରୁ ଏହାର ଦୂରତା ପ୍ରାୟ ୧୧୬ ମିଲିୟନ୍ ବର୍ଷ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ତେବେ ଏହି ଆକାଶଗଙ୍ଗା ବୈଜ୍ଞାନିକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । କାରଣ ସବୁଠାରୁ ଅଧିକ ତାରା ସୃଷ୍ଟି କରିଥିବା ଏହି ଆକାଶଗଙ୍ଗାରେ ପ୍ରାୟ ୩୦୦ ମିଲିୟନ୍ ବର୍ଷ ପର୍ଯ୍ୟନ୍ତ ଗୋଟିଏ ବି ତାରା ଦେଖା ଯାଇ ନଥିଲା । କିନ୍ତୁ ଏହା ବର୍ତ୍ତମାନ ଏକା ସାଙ୍ଗରେ ସବୁଠାରୁ ଅଧିକ ତାରା ଥିବା ଆକାଶଗଙ୍ଗା ପାଲଟିଯାଇଛି । ଏହି ବ୍ରହ୍ମାଣ୍ଡରେ ଅନେକ ସମୟରେ ଅଲଗା ଅଲଗା ବୈଜ୍ଞାନିକଙ୍କ ଦ୍ୱାରା ଆକାଶଗଙ୍ଗା ଖୋଜାଯାଇଛି । ବର୍ତ୍ତମାନ ନାସାର ହବଲ ଟେଲିସ୍କୋପ ଯେଉଁ ସ୍ପାଇରାଲ ଆକାଶଗଙ୍ଗା ଏନଜିସି ୬୯୫୧ର ପଟୋ ସେୟାର କରିଛି, ୧୮୭୭ ମସିହାରେ ଫ୍ରାନ୍ସର ଜ୍ୟୋତିର୍ବିଜ୍ଞାନୀ ଜେରାମ କଙ୍ଗିଆ ଏବଂ ଆମେରିକାର ଜ୍ୟୋତିର୍ବିଜ୍ଞାନୀ ଲୁଇସ ସ୍ୱିଫ୍ଟ ଏହି ଆକାଶଗଙ୍ଗାର ଉଦ୍ଭାବନ କରିଥିଲେ ।

Ncg 612

ଏନଜିସି ୬୯୫୧ରେ ଏକ ବିଶାଳ ବ୍ଲାକ ହୋଲ ରହିଛି । ନାସା ଅନୁସାରେ ଏହି ବ୍ଲାକ ହୋଲ ପାଖାପାଖି ତାରା, ଗ୍ୟାସ ଏବଂ ଧୂଳିରେ ଭରପୂର ହୋଇଥିଲେ । ତେବେ ଏହାକୁ ଘେରି ରହିଥିବା ତାରାକୁ ମହାଦାନବ ତାରା ବୋଲି କୁହାଯାଉଛି । ଏହାର ଓସାର ପ୍ରାୟ ୩୭୦୦ ପ୍ରକାଶ ବର୍ଷ ହୋଇଥିବା ବେଳେ ଏହାର ସ୍ପାଇରାଲ ରେଖା ଧୂଳି ଏବଂ ଗ୍ୟାସରୁ ସୃଷ୍ଟି ହୋଇଥିବା କହିଛନ୍ତି ବୈଜ୍ଞାନିକ । ପ୍ରାୟ ୭୫୦୦ ପ୍ରକାଶ ବର୍ଷ ଓସାର ଏହି ଆକାଶଗଙ୍ଗା ଉତ୍ତର ଆକାଶରେ ଧ୍ରୁବ ତାରାର ନିକଟତର ହୋଇ ରହିଛି ।

Get real time updates directly on you device, subscribe now.