fbpx

ଓଡିଶାରେ କାଲିଠାରୁ ପ୍ରବଳ ବର୍ଷା: ୪ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ

AAKASH

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା କାଲିଠାରୁ ପ୍ରବଳ ବର୍ଷା ଆରମ୍ଭ ହେବ । ଏନେଇ ଏସଆରସି ପକ୍ଷରୁ ୪ ଜିଲ୍ଲାକୁ ସତର୍କ ରହିବା ପାଇଁ ସୂଚନା ଦିଆଯାଇଛି । ଚାରି ଜିଲ୍ଲା ମାନଙ୍କ ଭିତରୁ ଭଦ୍ରକ, କେନ୍ଦ୍ରାପଡା, ମୟୁରଭଞ୍ଜ ଓ ବାଲେଶ୍ୱରର ଜିଲ୍ଲାପାଳ ମାନଙ୍କୁ ପରିସ୍ଥିତିକୁ ଦେଖି ପ୍ରସ୍ତୁତ ରହିବା ପାଇଁ ଏସଆରସି ପରାମର୍ଶ ଦେଇଛନ୍ତି ।

ମେ’ ୨୬ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ଏବେ ବାଂଲାଦେଶ ଆଡକୁ ଗତି କରୁଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶଙ୍କ ମନୋରମା ମହାପାତ୍ରଙ୍କ କହିବାନୁସାରେ, ବାତ୍ୟା ‘ରେମଲ’ ଏବେ ଉତ୍ତର ପୂର୍ବ ଦେଇ ବାଂଲାଦେଶ ମୁହାଁ ଗତି କରୁଛି । ଏହା ୨୬ ତାରିଖ ସୁଦ୍ଧା ମଧ୍ୟରାତ୍ରରେ ଲ୍ୟାଣ୍ଡଫଲ କରିବାର ସୂଚନା ମିଳିଛି ।

ଖବର ଅନୁଯାୟୀ, ବାତ୍ୟା ରେମଲ ବାଂଲାଦେଶର ଉପକୂଳ ଅଞ୍ଚଳରୁ ୮୦୦ କିଲୋମିଟର ଦକ୍ଷିଣ ଓ ପଶ୍ଚିମବଙ୍ଗରୁ ୮୧୦ କିଲୋମିଟର ଦକ୍ଷିଣରେ କେନ୍ଦ୍ରୀଭୁୂତ ହୋଇ ରହିଛି । ଯାହା ୨୫ ତାରିଖ ଶନିବାର ଗଭୀର ଅବପାତରେ ପରିଣତ ହୋଇ ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପ ନେଇ ୨୬ ତାରିଖ ମଧ୍ୟ ରାତ୍ରରେ ବାଂଲାଦେଶର ଉପକୂଳ ଅଞ୍ଚଳରେ ଲ୍ୟାଣ୍ଡଫଲ କରିବ । ଏହାର ପ୍ରଭାବ ଓଡିଶାର କିଛି ସ୍ଥାନରେ ଦେଖାଦେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଶନିବାର ସକାଳ ସୁଦ୍ଧା ରାଜ୍ୟର ୪ଟି ଜିଲ୍ଲାରେ ବର୍ଷା, ପବନ ହେବାର ସୂଚନା ରହିଛି । କେନ୍ଦ୍ରାପଡା, ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକର ଜିଲ୍ଲାପାଳ ମାନଙ୍କୁ ଏସଆରସି ପକ୍ଷରୁ ସତର୍କ ସୂଚନା ରହିଛି ।

Get real time updates directly on you device, subscribe now.