fbpx

ସଞ୍ଜୟ ଶର୍ମା ହେଲେ ଏୟାର ଇଣ୍ଡିଆର ନୂଆ ଚିଫ୍ ଫାଇନାନ୍ସିଆଲ ଅଫିସର, ଟାଟା ଗ୍ରୁପ୍ ସହିତ ତାଙ୍କର ସମ୍ପର୍କ କ’ଣ ଜାଣନ୍ତୁ

AAKASH

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏକ ପ୍ରମୁଖ ପ୍ରଶାସନିକ ଅଦଳବଦଳ କରିଛି । ଏୟାର ଇଣ୍ଡିଆ କମ୍ପାନୀ ସଞ୍ଜୟ ଶର୍ମାଙ୍କୁ ମୁଖ୍ୟ ଆର୍ଥିକ ଅଧିକାରୀ (ସିଏଫଓ) ଭାବରେ ନିଯୁକ୍ତ କରିବାକୁ ଘୋଷଣା କରିଛି । ଏହି ନିଯୁକ୍ତି ୧୦ ଜୁନ୍ ୨୦୨୪ ରୁ କାର୍ଯ୍ୟକାରୀ ହେବ । ନବ ନିଯୁକ୍ତ ସିଏଫଓ ସିଧାସଳଖ ଏୟାର ଇଣ୍ଡିଆର ସିଇଓ ତଥା ଏମଡିଙ୍କୁ ରିପୋର୍ଟ କରିବ ।

ସଞ୍ଜୟ ଶର୍ମାଙ୍କ ନିଯୁକ୍ତି ଶୁକ୍ରବାର ଘୋଷଣା ହୋଇଛି। କର୍ପୋରେଟ ଫାଇନାନ୍ସ, ଇନଭେଷ୍ଟମେଣ୍ଟ ବ୍ୟାଙ୍କିଙ୍ଗ ଓ ରିୟେଲ ଇଷ୍ଟେଟ କ୍ଷେତ୍ରରେ ଶର୍ମାଙ୍କର ୩୦ ବର୍ଷର ଅଭିଜ୍ଞତା ରହିଛି।

ଶର୍ମାଙ୍କୁ ଟାଟା ପ୍ରୋଜେକ୍ଟସରୁ ଏୟାର ଇଣ୍ଡିଆକୁ ଅଣାଯାଇଛି। ଟାଟା ପ୍ରୋଜେକ୍ଟସରେ ସେ ସିଏଫଓ ଥିଲେ। ଶର୍ମା ଟାଟା ପ୍ରୋଜେକ୍ଟସ୍ ପୂର୍ବରୁ ଟାଟା ରିୟେଲିଟି ଇନଫ୍ରାଷ୍ଟ୍ରକ୍ଚର ଲିମିଟେଡର ସିଏଫଓ ଥିଲେ। ଏହା ପୂର୍ବରୁ ସେ ଡଚ୍ ବ୍ୟାଙ୍କ ସମୂହରେ ମ୍ୟାନେଜିଂ ଡାଇରେକ୍ଟର ଓ ଇକ୍ୱିଟି ପୁଞ୍ଜି ବଜାରର ମୁଖ୍ୟ ଥିଲେ। ଏହା ଛଡା ସେ ମୁମ୍ବାଇରେ ଡିଏସପି ମେରିଲ ଲିଞ୍ଚ ଓ ହଂକଂ ମେରିଲ ଲିଞ୍ଚ ଏସିୟାପେସିଫିକର ବିଭିନ୍ନ ଦାୟିତ୍ୱ ତୁଲାଇଥିଲେ।

ସଞ୍ଜୟ ଶର୍ମା ଏୟାର ଇଣ୍ଡିଆର ନିବର୍ତ୍ତମାନ ସିଏଫଓ ବିନୋଦ ହେଜମାଦୀଙ୍କ ସ୍ଥାନ ନେବେ। ହେଜମାଦୀ ଏୟାର ଇଣ୍ଡିଆରେ ତିନି ଦଶନ୍ଧୀରୁ ଊର୍ଦ୍ଧ୍ୱକାଳ ଧରି ସିଏଫଓ ଦାୟିତ୍ୱ ତୁଲାଇ ଆସୁଥିଲେ। ସେ ଏବେ ଚାକିରୀରୁ ଅବସର ଗ୍ରହଣ କରିବାକୁ ଯାଉଛନ୍ତି। ତାଙ୍କ ରିଟାୟରମେଣ୍ଟ ପରେ ଏୟାର ଇଣ୍ଡିଆ ନୂଆ ସିଏଫଓଙ୍କୁ ନିଯୁକ୍ତ କରିଛି। ଏୟାର ଇଣ୍ଡିଆ ଏମଡି ତଥା ସିଇଓ କ୍ୟାମ୍ପବେଲ ୱିଲସନ ନବ ନିଯୁକ୍ତ ସିଏଫଙ୍କୁ ସ୍ୱାଗତ କରି କହିଛନ୍ତି ଯେ ସଞ୍ଜୟ ଆମ ଟିମରେ ସାମିଲ ହୋଇଥିବାରୁ ଆମେ ଖୁସି।

Get real time updates directly on you device, subscribe now.