fbpx

ସୁନସୁନିଆ ଶାଗ ଖାଇବା ଦ୍ୱାରା କଣ ଉପଶମ ମିଳେ ? ଆସନ୍ତୁ ଜାଣିବା

AAKASH

ଓଡିଶା ଭାସ୍କର: ଆପଣମାନେ ପ୍ରତ୍ୟେକ ଦିନ ପରିପରିବା ସହ ଶାଗକୁ ଖାଇଥାନ୍ତି । ଶାଗ ଖାଇବାରେ ଶରୀରକୁ ଅନେକ ପ୍ରକାର ଲାଭ ଯୋଗାଇଥାଏ । ଆଜି ଏପରି ଶାଗ ବିଷୟରେ କହିବାକୁ ଯାଉଛୁ ଯାହା ଖାଇବା ଦ୍ୱାରା ଦୁର୍ବଳ ହୋଇ ପଡିଥିବା ସ୍ନାୟୁଗୁଡିକ ପୁଣି ସଠିକ କାମ କରିବା ଆରମ୍ଭ କରିଥାଏ । ଏହା ହେଉଛି ସୁନସୁନିଆ ଶାଗ । ତେବେ ଆସନ୍ତୁ ଏହି ଶାଗ ସମ୍ପର୍କରେ କିଛି ଜାଣିବା

୧. ରିପୋର୍ଟ ଅନୁସାରେ ଶୂନସୁନିଆ ଶାଗକୁ ଲାବୋରେଟୋରୀରେ ପରୀକ୍ଷା କରାଯାଇଥିଲା । ଏହି ପରୀକ୍ଷାରୁ ଜଣାଯାଇଥିଲା ଯେ, ସୁନସୁନିଆରେ ଭରପୁର ମାତ୍ରାରେ ଆଣ୍ଟିଆକ୍ସିଡାଣ୍ଟ ଗୁଣ ରହିଛି । କେବଳ ଏତିକି ନୁହେଁ, ଫେନୋଲିକ, ଟେନିନ, ଆଲକାଏଡ, ସାପେନିନ ଭଳି ଉପାଦାନ ଗୁଡିକୁ ଦେଖିବାକୁ ମିଳିଥିଲା । ଶରୀରକୁ ରୋଗ ମୁକ୍ତିରୁ ରକ୍ଷା କରିବା ଲାଗି ଅନେକ ପୋଷକ ତତ୍ତ୍ୱ ଏଥିରେ ରହିଛି । ରିପୋର୍ଟ ଅନୁସାରେ, ଶରୀରର କୌଣସି ଶିରା ପ୍ରଶିରାରେ ବା ସ୍ନାୟୁରେ କୌଣସି ସମସ୍ୟା ହେଲେ ଏଥିରେ ଥିବା ପୋଷଣ ଆପଣଙ୍କୁ ରକ୍ଷା କରିବାରେ ସହାୟକ ହୋଇଥାଏ ।

କୌଣସି ଲୋକମାନଙ୍କର ଯଦି ସ୍ନାୟୁଗୁଡିକ ଠିକ ଭାବରେ କାର୍ଯ୍ୟ କରିନଥାଏ । ଛୋଟ ଛୋଟ କାମ କରିଲା ବେଳେ ଶୀଘ୍ର ଥକି ଯାଆନ୍ତି । ଶିରା ଗୁଡିକ ଜଳା ପୋଡା କରେ । ତେବେ ଏପରି କ୍ଷେତ୍ରରେ ସୁନସୁନିଆ ଶାଅ ବହୁତ ଲାଭଦାୟକ ହୋଇଥାଏ ।

୨. ସୁନସୁନିଆ ଖାଇବା ଦ୍ୱାରା ହାଡ ଗୁଡିକ ମଜଭୁତ ରହିଥାଏ । ଏଥିରେ ଥିବା ପ୍ରଚୁର କ୍ୟାଲସିୟମ ହାଡକୁ ମଜଭୁତ କରିବାରେ ସାହାଯ୍ୟ କରେ । କିଛିଦିନ ସୁନସୁନିଆ ଶାଗ ଖାଇବା ଦ୍ୱାରା ହାଡର ଶକ୍ତି ବୃଦ୍ଧି ପାଇଥାଏ । ଯେଉଁମାନେ ଏହି ଶାଗକୁ ଖାଉଛନ୍ତି ବୁଢା ହେବା ପର୍ଯ୍ୟନ୍ତ ଅଷ୍ଟିଓପୋରୋସିସ ରୋଗ ହୋବାର କୌଣସି ଆଶଙ୍କା ରହି ନଥାଏ । ସେହିପରି ଏହା ଖାଇବା ଦ୍ୱାରା ଅକାଳରେ ବୃଦ୍ଧାବସ୍ଥା ଦୂରହେବା ସହ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ । ଆପଣମାନେ ଏହି ସବୁରୁ ମୁକ୍ତି ପାଇବାକୁ ହେଲେ ସୁନସୁନିଆ ଶାଗ ନିଶ୍ଚିତ ଖାଆନ୍ତୁ ।

Get real time updates directly on you device, subscribe now.