fbpx
BSKY
BJD YOUTH SKY
BJD MS SKY

Big Breaking; ପଞ୍ଜାବ ବିପକ୍ଷରେ ଚେନ୍ନାଇର ଚମତ୍କାର: ସାର୍ ଜାଡେଜାଙ୍କ କମାଲରେ ଦମଦାର ବିଜୟ

ନୂଆଦିଲ୍ଲୀ: ପଞ୍ଜାବ କିଙ୍ଗସକୁ ମାତ୍ ଦେଇ ଏକ ଦମଦାର ବିଜୟ ହାସଲ କରିଛି ଡିଫେଣ୍ଡିଂ ଚମ୍ପିଆନ୍ ଚେନ୍ନାଇ ସୁପର କିଙ୍ଗସ । ସାର୍ ରବିନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଏହି ମ୍ୟାଚକୁ ୨୮ ରନ୍ ରେ ବିଜୟୀ ହୋଇଛି ସିଏସକେ । ପ୍ରଥମ ଇନିଂସରେ ୪୩ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୩ଟି ୱିକେଟ ନେଇ ଚେନ୍ନାଇକୁ ବିଜୟୀ କରାଇଛନ୍ତି ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ଏହି ବିଜୟ ସହ ଚେନ୍ନାଇ ଷଷ୍ଠ ସ୍ଥାନରୁ ଉଠି ସିଧାସଳଖ ତୃତୀୟ ସ୍ଥାନରେ ପହଞ୍ଚିଛି ।

ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ପାଥଁ ନିଷ୍ପତ୍ତି ନେଇଥିଲେ ପଞ୍ଜାବର ଅଧିନାୟକ ସାମ୍ କୁରାନ୍ । ତେବେ ତାଙ୍କର ଏହି ନିଷ୍ପତ୍ତି ଦଳ ପାଇଁ ଉଚିତ୍ ମଧ୍ୟ ସାବ୍ୟସ୍ତ ହୋଇଥିଲା । ପଞ୍ଜାବର ବୋଲରଙ୍କୁ ସାମନା କରି ନ ପାରି ନିୟମିତ ଅନ୍ତରାଳରେ ୱିକେଟ ହରାଇଥିଲା ଚେନ୍ନାଇ । ତେବେ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ମହତ୍ତ୍ୱପୂର୍ଣ୍ଣ ୪୩ ରନ୍ ବଳରେ ଚେନ୍ନାଇ ୨୦ ଓଭରରେ ୯ ୱିକେଟ ହରାଇ ୧୬୭ ରନ୍ ସଂଗ୍ରହ କରିଥିଲା । ରବିନ୍ଦ୍ର ଜାଡେଜାଙ୍କ ଏହି ପାଳିରେ ୩ଟି ଚୌକା ଏବଂ ୨ଟି ଛକା ସାମିଲ ରହିଛି । ଦଳ ତରଫରୁ ଜାଡେଜାଙ୍କ ବ୍ୟତୀତ ଡାରିଲ ଅଧିନାୟକ ଋତୁରାଜ ଗାଏକ୍ୱାଡ ୩୨ ଏବଂ ମିଚେଲ ୩୦ ରନ୍ କରି ପାଭିଲିୟନ୍ ଫେରିଥିଲେ ।

ତେବେ ମାତ୍ର ୧୬୮ ରନର ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲେ ପଞ୍ଜାବ ପ୍ରଭସିମ୍ରନ ସିଂହ ଏବଂ ଜନି ବେୟାରଷ୍ଟୋ ଯୋଡ଼ି । କିନ୍ତୁ ଚେନ୍ନାଇକୁ ଏକ ଦମଦାର ଆରମ୍ଭ ଦେଇ ୱିକେଟ ସିଲସିଲା ଆରମ୍ଭ କରିଥିଲେ ଷ୍ଟାର ବୋଲର ତୁଷାର ଦେଶପାଣ୍ଡେ । ନିଜର ପ୍ରଥମ ଓଭରରେ ହିଁ ତୁଷାର ପଞ୍ଜାବ କିଙ୍ଗସକୁ ଡବଲ ଝଟକା ଦେଇଥିଲେ । ପ୍ରଥମ ଓଭରର ତୃତୀୟ ବଲରେ ଭୟଙ୍କର ବ୍ୟାଟର ଜନି ବେୟାରଷ୍ଟୋ ଏବଂ ଶେଷ ବଲରେ ରିଲେ ରୁଷୋଙ୍କୁ ପାଭିଲିୟନ୍ ପଠାଇଥିଲେ ପଞ୍ଜାବର ଟପ୍ ଅର୍ଡରକୁ ଚକମା ଦେଇଥିଲେ ତୁଷାର । ଏହାପରେ ପଞ୍ଜାବ ମିଡିଲ ଅର୍ଡରକୁ ଧ୍ୱସ୍ତ କରି ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଚେନ୍ନାଇକୁ ବିଜୟର ଆହୁରି ନିକଟତର କରିଛନ୍ତି । ପଞ୍ଜାବର ଷ୍ଟାର ଓପନର ପ୍ରଭସିମ୍ରନ୍, ଅଧିନାୟକ ସାମ୍ କୁରାନ ଏବଂ ଆଶୁତୋଷ ଶର୍ମାଙ୍କ ୱିକେଟ ନେଇ ଚେନ୍ନାଇ ପାଇଁ ବିଜୟର ଦ୍ୱାର ଖୋଲି ଦେଇଥିଲେ ଜାଡେଜା ।

ଏହାପରେ ଇମ୍ପାକ୍ଟ ପ୍ଲେୟର ଭାବରେ ଦଳରେ ସାମିଲ ହୋଇଥିବା ସିମରଜିତ ସିଂହ ମଧ୍ୟ ଦମଦାର ବୋଲି କରିଛନ୍ତି । ୩ ଓଭରରେ ୧୬ ରନ୍ ଦେଇ ୨ଟି ସଫଳତା ହାସଲ କରିଥିଲେ ସିମରଜିତ୍ । ଏହାବ୍ୟତୀତ ଶାର୍ଦ୍ଦୁଳ ଠାକୁର ଏବଂମିଚେଲ ସାଣ୍ଟନର ମଧ୍ୟ ଗୋଟିଏ ଲେଖାଏଁ ୱିକେଟ ନିଜ ନାମରେ କରିଛନ୍ତି । ତେବେ ଏହି ବିଜୟ ସହ ଚେନ୍ନାଇ ସୁପର କିଙ୍ଗସ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରୁ ଉଠି ତୃତୀୟ ସ୍ଥାନରେ ପହଞ୍ଚିଛି । ରାଜସ୍ଥାନ ଏବଂ କୋଲକାତା ନାଇଟ ରାଇଡର୍ସ ପରେ ଚେନ୍ନାଇ ତୃତୀୟ ସ୍ଥାନରେ ରହି ପ୍ଲେ-ଅଫର ନିକଟତର ହୋଇଛି ।

 

Get real time updates directly on you device, subscribe now.