fbpx

ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ପଏଣ୍ଟର ନାମ କାହିଁକି ରଖିଲେ ‘ଶିବଶକ୍ତି’, ପ୍ରଧାନମନ୍ତ୍ରୀ ମୋଦୀ କଲେ ବଡ ଖୁଲାସା

AAKASH

ନୂଆଦିଲ୍ଲୀ: ଗତ ବର୍ଷ ଚନ୍ଦ୍ରଯାନ ୩ ଚନ୍ଦ୍ରମାର ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ କରି ଇତିହାସ ରଚିଥିଲା । ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ଚନ୍ଦ୍ରଯାନ ୩ ଲ୍ୟାଣ୍ଡିଂ କରିଥିବା ଯାଗାର ନାମ ଶିବଶକ୍ତି ପଏଣ୍ଟ ରଖିବା ନେଇ ଘୋଷଣା କରିଥିଲେ । ଏବେ ପ୍ରଧାନମନ୍ତ୍ରୀ କହିଛନ୍ତି କି ସେ କାହିଁକି ଏହାର ନାମ ଶିବଶକ୍ତି ପଏଣ୍ଟ ରଖିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଏକ ସାକ୍ଷାତକାରରେ କହିଛନ୍ତି, ଏହା ଦେଶର ଦୁର୍ଭାଗ୍ୟ କି ସବୁ ଜିନିଷକୁ ଭୋଟ୍ ବ୍ୟାଙ୍କ ଦୃଷ୍ଟିରୁ ଦେଖାଯାଉଛି । ଯେଉଁଠାରେ ଚନ୍ଦ୍ରଯାନ ୩ ଲ୍ୟାଣ୍ଡ କଲା ତାହାର ନାମ ମୁଁ କୌଣସି ବିଜେପି ନେତାଙ୍କ ନାମ ଅନୁଯାୟୀ ରଖିପାରିଥାନ୍ତି । ବିରୋଧୀଙ୍କ ଲାଗି ତ ଏହା ଏକ ପରମ୍ପରା । ମୁଁ ଏହାର ନାମ ଶିବଶକ୍ତି ରଖିଲି । ମୋତେ ସମାଲୋଚନା କରାଯାଇଥଇଲା କି ହିନ୍ଦୁମାନଙ୍କ ଭିତରେ ଯେଉଁ ଶକ୍ତି ଅଛି ତାହାକୁ ମୁଁ ନଷ୍ଟ କରିଦେବାକୁ ଚାହୁଁଛି । ମୁଁ ଚିନ୍ତାରେ ପଡିଗଲି କି ସେମାନଙ୍କ ମନରେ ମୋ ପାଇଁ କେତେ ଜହର ଭରିଯାଇଛି । କିନ୍ତୁ ସେମାନେ ଜାଣିପାରିଲେନି କି ମୁଁ ଶିବ ଓ ଶକ୍ତି ଦୁଇ ନାମ ରଖିଛି ଓ ଶିବଙ୍କ ଠାରେ ଜହର ପାନ କରିବାର ଶକ୍ତି ରହିଛି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ପ୍ରଥମେ ଚନ୍ଦ୍ରଯାନ ବିଫଳ ହୋଇଥିଲା ଓ ଏହି ବିଫଳତାକୁ ତାଙ୍କ ସରକାର ନିଜ ଉପରକୁ ନେଇଥିଲେ । ଯେଉଁ ବ୍ୟକ୍ତି ବିଫଳତାର ଦାୟିତ୍ୱ ନେଇଥାଏ ଦୁନିଆ ତାକୁ ସଫଳତାର ଶ୍ରେୟ ବି ଦେଇଥାଏ । ସେହିଦିନ ଯଦି ମୁଁ କହିଥାନ୍ତି ଆମ ବୈଜ୍ଞାନିକମାନେ ଏ କ’ଣ କରିଦେଲେ? କିନ୍ତୁ ମୁଁ ସେମାନଙ୍କ ସହ ରହି ସେମାନଙ୍କ ସାହାସ ବଢାଇଥିଲି ଓ ଅସଫଳତାକୁ ନିଜ କାନ୍ଧ ଉପରକୁ ନେଇଥିଲି ।

ବିରୋଧୀଙ୍କୁ କଟାକ୍ଷ କରି ମୋଦୀ କହିଛନ୍ତି ସେମାନେ ହୋଇଥିଲେ ଏହି ପଏଣ୍ଟର ନାମକରଣ ନିଜ ସନ୍ତାନ ନାମରେ କିମ୍ବା ପରିବାରର ଅନ୍ୟ ସଦସ୍ୟଙ୍କ ନାମରେ କରିଥାନ୍ତେ । ଯେତେବେଳେ ମୁଁ ଶିବଶକ୍ତି କହିଥାଏ ସେତେବେଳେ ୧୪୦ କୋଟି ଲୋକ ଏହା ସହିତ ଆପେ ଆପେ ଯୋଡି ହୋଇ ଯାଉଛନ୍ତି । ଏହା ଏକ ପ୍ରେରକ ନାମ ଅଟେ । ଏହା କୋଟି କୋଟି ଲୋକଙ୍କୁ ମାର୍ଗଦର୍ଶନ କରିବା ଭଳି ଏକ ନାମ ।

Get real time updates directly on you device, subscribe now.