fbpx

Breaking News; ମାଡ଼ି ଆସୁଛି ବାତ୍ୟା, ସତର୍କ ରହିବାକୁ ନିର୍ଦ୍ଦେଶ: ୪ ଜିଲ୍ଲାକୁ ଜାରି ହେଲା ଚେତାବନୀ

AAKASH

ଭୁବନେଶ୍ୱର: ଆସନ୍ତାକାଲି ଭାରତରେ ପାଦ ରଖିବ ବାତ୍ୟା ରେମାଲ । ଏଥିପାଇଁ ପୂର୍ବରୁ ସଂକେତ ଦେଲାଣି ପାଣିପାଗ ବିଭାଗ । ରାଜ୍ୟର ୪ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୪ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି ହୋଇଛି । ଏହି ୪ଟି ଜିଲ୍ଲା ମଧ୍ୟରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ସାମିଲ ରହିଥିବା ବେଳେ ବାତ୍ୟା ପ୍ରଭାବରେ ଏଠାରେ ବର୍ଷା ହୋଇପାରେ । ବାତ୍ୟା ରେମାଲ ପ୍ରଭାବରେ ଏହି ୪ଟି ଜିଲ୍ଲାରେ ପ୍ରାୟ ୭-୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ର୍ବୋ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସେହିପରି ୨୬ ତାରିଖ ପାଇଁ ମଧ୍ୟ ୨ଟି ଜିଲ୍ଲା ବାଲେଶ୍ୱର ଏବଂ ଭଦ୍ରକକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସମୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ । ଏହି  ଦିନ  ୨ ଜିଲ୍ଲାରେ ପ୍ରାୟ ୭-୨୦ ସେ.ମି ବର୍ଷା ହେବାର ସମ୍ଭାବନା ରହିଛି । ଏହାବ୍ୟତୀତ ମୟୁରଭଞ୍ଜରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ ।

Get real time updates directly on you device, subscribe now.