fbpx

ବିବାହିତ ପୁରୁଷ କାହାକୁ ବି କୁହନ୍ତୁନି ଏହି ୩ ଟି ରହସ୍ୟର କଥା, ସୁଖୀ ଜୀବନରେ ଲାଗିଯିବ ଗ୍ରହଣ

AAKASH

ଓଡ଼ିଶା ଭାସ୍କର:ଆଚାର୍ଯ୍ୟ ଚାଣକ୍ୟ ଭାରତର ସବୁଠାରୁ ବିଦ୍ୱାନ ଅର୍ଥଶାସ୍ତ୍ରୀ ଭାବରେ ପରିଚିତ । ତାଙ୍କ ଦ୍ୱାରା ଲିଖିତ ଚାଣକ୍ୟ ନୀତି ଆଜି ବି ଲୋକଙ୍କ ମାର୍ଗଦର୍ଶନ କରୁଛି । ଚାଣକ୍ୟଙ୍କ ଅନୁସାରେ ଜଣେ ବିବାହିତ ପୁରୁଷ ନିଜ ଜୀବନର ୩ ରହସ୍ୟ କାହାକୁ ବି କହିବା ଅନୁଚିତ ।
ପ୍ରଥମ କଥା: ଜଣେ ବିବାହିତ ପୁରୁଷ କୌଣସି ବି ପରିସ୍ଥିତିରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ନିକଟରେ ନିଜ ପତ୍ନୀଙ୍କ ବିଷୟରେ ଅଭିଯୋଗ କରିବା ଅନୁଚିତ । ଏପରି କରିବା ଦ୍ୱାରା ଆପଣଙ୍କ ପତ୍ନୀ ଓ ନିଜେ ଆପଣ ଅନ୍ୟମାନଙ୍କ ମଧ୍ୟରେ ପରିହାସର ପାତ୍ର ହୋଇଯାଆନ୍ତି । ପତ୍ନୀଙ୍କ ସମ୍ବନ୍ଧିତ କୌଣସି ବି କଥାକୁ ନେଇ ଅନ୍ୟମାନଙ୍କ ନିକଟରେ ଅଭିଯୋଗ କରନ୍ତୁ ନାହିଁ ।
ଦ୍ୱିତୀୟ କଥା:ନିଜ ଘରର ଦୁଃଖ ସମସ୍ୟାକୁ କେବେ ବି ବାହାର ଲୋକଙ୍କ ସହ ସେୟାର କରନ୍ତୁ ନାହିଁ । କିଛି ଲୋକ ସାମାନ୍ୟ ସମସ୍ୟାରେ ନିଜର ଦୁଃଖ ଅନ୍ୟଆଗରେ ବଖାଣି ବସନ୍ତି । ନିଜ ଦୁଃଖ ସମସ୍ୟା ଅନ୍ୟ ଆଗରେ ବଖାଣି ନିଜକୁ ଅସହାୟ ବୋଲି ସାବ୍ୟସ୍ତ କରନ୍ତୁ ନାହିଁ । ଆପଣଙ୍କ ଏହି ଦୂର୍ବଳତାର ଫାଇଦା ଲୋକମାନେ ଉଠାଇବାକୁ ପଛାଇବେ ନାହିଁ ।
ତୃତୀୟ କଥା: କୌଣସି ମୂର୍ଖ ବ୍ୟକ୍ତି ଦ୍ୱାରା କରାଯାଇଥିବା ଅପମାନକୁ ପୁରୁଷ ଅନ୍ୟ ବ୍ୟକ୍ତି ନିକଟରେ ସେୟାର କରିବା ଅନୁଚିତ । ଏହାଦ୍ୱାରା ଆପଣଙ୍କ ମାନ ସମ୍ମାନକୁ ଅଧିକ ଆଘାତ ପହଞ୍ଚିଥାଏ । ଚାଣକ୍ୟ କୁହନ୍ତି ଏହି ପ୍ରକାର ଘଟଣାକୁ ଭୁଲିଯିବା ହିଁ ବୁଦ୍ଧିମାନର କାମ ।

Get real time updates directly on you device, subscribe now.