fbpx

‘PM ମୋଦୀଙ୍କ ପାଖେ ଅଛି ଦୈବିକ ଶକ୍ତି, ଲୋକେ ତାଙ୍କୁ କୁହନ୍ତି ଭଗବାନ’: କଙ୍ଗନା ରାଣାୱତ

AAKASH

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଭୋଟିଂ ଚାଲୁରହିଛି । ଏହାରି ମଧ୍ୟରେ ବଲିଉଡ ଅଭିନେତ୍ରୀ ଏବଂ ମଣ୍ଡି ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ କଙ୍ଗନା ରାଣାୱତ ଇଣ୍ଟରଭ୍ୟୁ ଦେଇଛନ୍ତି । ଯେତେବେଳେ ତାଙ୍କୁ ପଚରାଗଲା ଆପଣଙ୍କ ପ୍ରଚାର ଏଠାରେ ସଫଳ ହେଲା? ଏହାର ଉତ୍ତରରେ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ଯିଏ ଉତ୍ସାହିତ ଅଛି ଏବଂ ସେ ନେତା ନୁହଁନ୍ତି, ଲୋକେ ତାଙ୍କୁ ପୂଜା କରନ୍ତି । କଙ୍ଗନା କହିଛନ୍ତି ଯେ, ଏହା କହିବା ଅତ୍ୟୁକ୍ତି ହେବନାହିଁ ଯେ, ଲୋକେ ତାଙ୍କୁ ଭଗବାନ ବୋଲି ବିଶ୍ୱାସ କରନ୍ତି । ପିଏମ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଦୈବିକ ଶକ୍ତି ରହିଛି ।

କଙ୍ଗନା ରାଣାୱତ ପିଏମ ମୋଦୀଙ୍କ ପ୍ରଶଂସା କରି କହିଛନ୍ତି ଯେ, ଯିଏ ଛୋଟ ଘରୁ ଏତେ ଉପଲବ୍ଧିମାନରେ ଆସିଛନ୍ତି, ତେବେ ଏହା କହିବା ଭୁଲ ହେବ ନାହିଁ ଯେ, ମୋଦୀଙ୍କ ସହ କିଛି ଦୈବିକ ଶକ୍ତି ରହିଛି । ଯାହାଙ୍କ ଅର୍ଶୀବାଦ ତାଙ୍କୁ ମିଳିଛି । କଙ୍ଗନାଙ୍କୁ ପଚରାଯାଇଛି ଯେ, ଆରମ ଜୀବନ ଛାଡି ଜନସେବାରେ ଏବଂ ବିଜେପିକୁ କାହିଁକି ଆସିଲେ । ଏହାକୁ ନେଇ କଙ୍ଗନା କହିଛନ୍ତି ଯେ, ମୁଁ ସର୍ବଦା ନିଜ ହୃଦୟର କଥା ଶୁଣେ । ଏହା କେବେ ଭାବି ନାହିଁ ଯେ, ଆମେ କିଛି ବନିବୁ । ମୁଁ ସର୍ବଦା ଆଗେଇ ଚାଲିଛି । କଙ୍ଗନା କହିଛନ୍ତି ଯେ, ନିଜ ଆଙ୍କାକ୍ଷାଗୁଡିକୁ ମୁଁ ବାନ୍ଧିକି ରଖେ ନାହିଁ ।

ସେ ଆଗକୁ କହିଛନ୍ତି ଯେ, ମୁଁ ଏହା ଭାବୁଛି ଯେ, କ୍ଷତି ଏବଂ ଫାଇଦାରୁ ବାହାରକୁ ବହାରି ଆଗକୁ ବଢିବା ଆବଶ୍ୟକ । ଏହାର ପରିଣାମ ଏହା ରହିଛି ଯେ, ମୁଁ ଚେଷ୍ଟା କରୁଛି ଯେ, ଯଦି ମୋତେ ଜନତାଙ୍କ ମଧ୍ୟରେ କାମ କରିବାର ସୁଯୋଗ ମିଳିବ ତେବେ ସେହି କାମକୁ କରିବା ପାଇଁ ମଧ୍ୟ ଭଗବାନ ସାହସ ଦେବେ ।

Get real time updates directly on you device, subscribe now.