fbpx

(Video) ନିର୍ବାଚନ ମଧ୍ୟରେ ବିଜେପି ପ୍ରାର୍ଥୀଙ୍କୁ ପଥରମାଡ, ବଞ୍ଚିବା ପାଇଁ ଜୋରରେ ଦୌଡିଲେ

AAKASH

କୋଲକାତା: ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟର ମତଦାନ ସମୟରେ ପଶ୍ଚିମବଙ୍ଗର ଝାଡ଼ଗ୍ରାମରେ ବିଜେପି ପ୍ରାର୍ଥୀ ପ୍ରଣତ ଟୁଡୁଙ୍କ ଟିମ ଉପରେ ଆକ୍ରମଣ କରାଯାଇଛି । ଯେଉଁଥିରେ ତାଙ୍କ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ପାର୍ଟୀ ଏଥିପାଇଁ ଟିଏମସି ଦଳର କାର୍ଯ୍ୟକର୍ତ୍ତାଙ୍କ ଉପରେ ଅଭିଯୋଗ ଲଗାଇଛି ।

ବିଜେପି ଅଭିଯୋଗ ଲଗାଇଛି ଯେ, ତୃଣମୂଳ କଂଗ୍ରେସର କାର୍ଯ୍ୟକର୍ତ୍ତାମାନେ ସେହି ସମୟରେ ଆକ୍ରମଣ କରିଛନ୍ତି ଯେଉଁ ସମୟରେ ଟୁଡୁ ରାଜ୍ୟର ପଶ୍ଚିମ ମିଦନାପୁର ଜିଲ୍ଲାର ଗରବେଟା ଅଞ୍ଚଳରେ ଏକ ମତଦାନ କେନ୍ଦ୍ର ଗସ୍ତ କରୁଥିଲେ । କାରଣ ସେଠାରେ ମତଦାତାମାନଙ୍କୁ ଧମକାଯାଉଥିବାର ଅଭିଯୋଗ ସାମ୍ନାକୁ ଆସିଛି ।

ଏହି ଘଟଣାର ଭିଡିଓରେ ପଥରମାଡ କରି କେତେକ ଲୋକେ ବିଜେପି ପ୍ରାର୍ଥୀ, ତାଙ୍କର ସୁରକ୍ଷାକର୍ମୀ ଏବଂ ଅନେକ ମିଡିଆ ଟିମ ପଛରେ ଗୋଡାଉଛନ୍ତି । ଏହି ଆକ୍ରମଣରେ ଆସି ତାଙ୍କ ସୁରକ୍ଷାକର୍ମୀମାନେ ତୁରନ୍ତ ପ୍ରତିକ୍ରିୟା ଦେଇଛନ୍ତି ଏବଂ ତାଙ୍କୁ ସେଠାରୁ ସୁରକ୍ଷିତ ଭାବେ ବାହାର କରାଯାଇଛି । ଘଟଣାରେ ବିଜେପି ନେତାଙ୍କ କାର ମଧ୍ୟ ଭାଙ୍ଗିଦେଇଛନ୍ତି ।

Get real time updates directly on you device, subscribe now.