fbpx

ଋଷିଆ ଦମ୍ପତି ହିନ୍ଦୁ ରୀତିନୀତିରେ କଲେ ବିବାହ, ହରିଦ୍ୱାର ଆଶ୍ରମରେ ନେଲେ ୭ ବଚନ

ହରିଦ୍ୱାର : ବିଦେଶୀ ସଂସ୍କୃତି ଏବଂ ବିଭିନ୍ନ ପ୍ରକାର ପରମ୍ପରା ନେଇ ଲୋକମାନେ ବିବାହ କରୁଥିବା ଆପଣମାନେ ଦେଖିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଦମ୍ପତୀଙ୍କ ବିଷୟରେ କହିବୁ ଯିଏ ବିଦେଶୀ ହୋଇ ମଧ୍ୟ ହିନ୍ଦୁ ରୀତିନୀତିରେ ବିବାହ କରିଛନ୍ତି । ଏମାନଙ୍କୁ ଭାରତୀୟ ପରମ୍ପରା ଏତେ ମାତ୍ରାରେ ପସନ୍ଦ ଆସିଲା ଏମାନେ ହରିଦ୍ୱାର ଆଶ୍ରମରେ ବିବାହ କଲେ । ତେବେ ଏଠାରେ ୩ ଜଣ ଋଷିଆ ଦମ୍ପତୀ ବିବାହ କରିଥିଲେ । ଧର୍ମନଗରୀ ହିଦ୍ୱାରରେ ଅଖଣ୍ଡ ପରମଧାମ ଆଶ୍ରମ ଅଗଣାରେ ଅନୁଷ୍ଠିତ ହେଲା ଏହି ବିଦେଶ ନାଗରୀଙ୍କ ବିବାହ । ଏଠାକୁ ବିଦେଶ ନାଗରିକ ମାନଙ୍କ ଯିବା ଆସିବା ଲାଗି ରହିଥାଏ ।

କିଛି ଦିନ ପୂର୍ବରୁ ଏଠାକୁ ୫୦ ଜଣ ନାଗରୀକ ଆସିଥିଲେ । ଏଠାରେ ସେମାନେ ଭାରତୀୟ ସଂସ୍କୃତି, ଯୋଗ, ଧ୍ୟାନ ବିଷୟରେ ଜାଣିବାକୁ ଆସଥିଲେ । ଏହା ପରେ ୩ ଜଣ ଦମ୍ପତିଙ୍କୁ ଭାରତୀୟ ସଂସ୍କୃତି ଏତେ ମାତ୍ରାରେ ପସନ୍ଦ ଆସିଲା ଯାହା ଫଳରେ ସେମାନେ ଏଠାରେ ବିବାହ କରିବକୁ ନିସ୍ପତ୍ତି ନେଲେ । ବିରିଷ୍ଠ ସନ୍ଥ ସ୍ୱାମୀ ପରମାନନ୍ଦ ଗିରିଙ୍କ କହିବା ଅନୁସାରେ ଭାରତୀୟ ପରିବାର ବ୍ୟବସ୍ଥାରେ ସେମାନେ ଅନୁପ୍ରାଣିତ ହୋଇ ଏହି ନିଷ୍ପତି ନେଇଛନ୍ତି । ଯେଉଁଠାରେ ବିବାହ ସମୟରେ ସମସ୍ତ ରୀତିନୀତିକୁ ପାଳନ କରାଯାଇଥିଲା । ପାରମ୍ପାରୀକ ଭାବରେ ବର କନୀଆ ଲାଲ ରଙ୍ଗ ଶାଢି ଧୋତି ପଞ୍ଜାବୀ ପିନ୍ଧି ବିବାହ କରିଥିଲେ । ଏହା ପରେ ଋଷି ନାଗରିକଙ୍କ ଉତ୍ସାହ ବଢିଥିଲା । ସେମାନେ ଭଗବାନଙ୍କ ଆଶ୍ରୀବାଦ ନେଇ ପରସ୍ପରକୁ ମାଳ ପିନ୍ଧାଇ ଥିଲେ । ଏହା ପରେ ସେମାନେ ଅଗ୍ନିକୁ ସାକ୍ଷୀ ରଖି ୭ ବଚନ ନେଇଥିଲେ ।

Get real time updates directly on you device, subscribe now.