fbpx

କାନାଡାକୁ ନେଇ ଭାରତ ଓ ଆମେରିକା ସଂପର୍କ ବି ବିଗିଡିଯାଇପାରେ, ଭାରତରେ ଆମେରିକାର ରାଷ୍ଟ୍ରଦୂତ ବାଇଡେନ୍‌ଙ୍କୁ ଦେଲେ ଚେତାବନୀ

ନୂଆଦିଲ୍ଲୀ: ଭାରତ ଓ କାନାଡା ମଧ୍ୟରେ ରାଜନୈତିକ ସମ୍ବନ୍ଧ ଏବେ ବହୁତ ଖରାପ ଅବସ୍ଥାରେ ରହିଛି । ଏହାରି ମଧ୍ୟରେ ଖବର ଆସିଛି କି ଖୁବ୍ ଶୀଘ୍ର ଭାରତ ଓ ଆମେରିକା ସମ୍ବନ୍ଧରେ ବି ଫାଟ ସୃଷ୍ଟି ହେବାକୁ ଯାଉଛି । ଏହି ଅନୁମାନ କରିଛନ୍ତି ଭାରତରେ ଥିବା ଆମେରିକା ରାଷ୍ଟ୍ରଦୂତ ଏରିକ୍ ଗାର୍ସେଟୀ । ଏକ ରିପୋର୍ଟ ଅନୁଯାୟୀ ଏରିକ୍ ଆମେରିକା ବିଦେଶ ବିଭାଗକୁ ଏହି ସୂଚନା ଦେଇଛନ୍ତି କି ଭାରତ କାନାଡା ମଧ୍ୟରେ ତିକ୍ତତା ଜାରି ରହିଥିବା ବେଳେ ନୂଆଦିଲ୍ଲୀ ଓ ୱାଶିଂଟନ ଡିସି ମଧ୍ୟରେ ମଧ୍ୟରେ ବି ସଂପର୍କ ବିଗିଡି ଯାଇପାରେ ।

ଏରିକ୍ ଆମେରିକାକୁ ଏହି ପରାମର୍ଶ ଦେଇଛନ୍ତି କି , ଆମେରିକା ଭାରତ ସହ କିଛି ସମୟ ଲାଗି କଥାବାର୍ତ୍ତାକୁ ସୀମିତ କରିଦେଉ । ଯେତେବେଳେ ଆମେରିକା ବିଦେଶ ବିଭାଗର ଜଣେ ପ୍ରବକ୍ତାଙ୍କୁ ଏହି ସମ୍ବନ୍ଧରେ ଆସିଥିବା ରିପୋର୍ଟସ ଉପରେ ଟିପ୍ପଣୀ ରଖିବାକୁ କୁହାଯାଇଥିଲା ସେତେବେଳେ ସେ କହିଥିଲେ ଭାରତ ସହ ଯୁକ୍ତରାଷ୍ଟ୍ର ଆମେରିକାର ସମ୍ବନ୍ଧ ବହୁତ ମହତ୍ତ୍ୱପୂର୍ଣ୍ଣ । ଆମେରିକୀୟ ପ୍ରବକ୍ତା କହିଛନ୍ତି ରାଷ୍ଟ୍ରଦୂତ ଏରିକ୍ ଭାରତୀୟ ଜନତା ଓ ଭାରତ ସରକାରଙ୍କ ସହିତ ଆମର ମଜଭୁତ ସଂପର୍କର ଚାମ୍ପିଅନ ଅଟନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ବାଇଡେନ ପ୍ରଶାସନ ଭାରତ କାନାଡା ବିବାଦକୁ ଗମ୍ଭୀରତାର ସହ ନେଉ ନାହିଁ । ଏ ପର୍ଯ୍ୟନ୍ତ ଆମେରିକା ଏହି ଗୋଟିଏ କଥା କହୁଛି କି ଭାରତ ଓ କାନାଡା ଉଭୟ ଏହି ପ୍ରସଙ୍ଗ ଉପରେ ଦ୍ୱିପାକ୍ଷୀୟ ଆଲୋଚନା କରି ସମାଧାନର ରାସ୍ତା ବାହାର କରନ୍ତୁ ଓ ଆଗକୁ ବଢନ୍ତୁ ।

Get real time updates directly on you device, subscribe now.