fbpx

୧୨ ବର୍ଷ ପରେ ଏଥର World Cup ଜିତିବ ଭାରତ! ନୂଆ ଜର୍ସି ଦେଉଛି ପୂର୍ବ ସଂକେତ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇ ଯାଇଛି ଦିନିକିଆ ବିଶ୍ୱକପ ୨୦୨୩ର ମହାସମର । ପ୍ରତ୍ୟେକ ଦଳ ବିଶ୍ୱକପ ହାତେଇବା ପାଇଁ ଚଳାଇଛନ୍ତି କଠିନ ପରିଶ୍ରମ । ତେବେ ଭାରତରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଥିବାରୁ ଚଳିତବର୍ଷ ବିଶ୍ୱକପ ଟିମ ଇଣ୍ଡିଆ ହାତେଇବ ବୋଲି ପ୍ରବଳ ଦାବିଦାର ରହିଛି । ତେବେ ଏହାପୂର୍ବରୁ ଏକ ବଡ଼ ସଂକେତ ମିଳିଛି । ବିଶ୍ୱକପ ପୂର୍ବରୁ ନିଜ ଜର୍ସିରେ ସାମାନ୍ୟ ପରିବର୍ତ୍ତନ କରିଛି ଭାରତ । ଯାହା ବିଶ୍ୱକପ ବିଜୟୀ ହେବାର ଇସାରା ଦେଉଛି । ଭାରତର ଟ୍ରଫି ଜିତିବାରେ ଏହା ଏକ ବଡ଼ ସଂଯୋଗ ବୋଲି ବିଶ୍ୱାସ କରାଯାଉଛି ।

ଶେଷ ଥର ପାଇଁ ଭାରତ ୨୦୧୧ରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ବିଶ୍ୱକପ ଜିତିଥିଲା ଟିମ ଇଣ୍ଡିଆ । ତେବେ ସେହି ବର୍ଷର ଏକ ଘଟଣାକୁ ପୁଣି ଥରେ ଦୋହରାଇଛି ଭାରତୀୟ କ୍ରିକେଟ ଟିମ୍ । ଟିମ ଇଣ୍ଡିଆ ବିଶ୍ବକପର ଠିକ୍ ପୂର୍ବରୁ ନିଜ ଜର୍ସିରେ ପରିବର୍ତ୍ତନ କରିଛି । ପ୍ରାକ୍ଟିସ ସେସନ ପାଇଁ କମଳା ରଙ୍ଗର ଜର୍ସି ଲଞ୍ଚ୍ କରିଛି ଟିମ ଇଣ୍ଡିଆ । ତେବେ ଅନେକ ଲୋକ ଏହାକୁ ଗେରୁଆ ମଧ୍ୟ କହୁଛନ୍ତି । ଏହି ଜର୍ସିରେ ଭାରତର ଖେଳାଳିମାନଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାପରେ କ୍ରୀଡ଼ାପ୍ରେମୀମାନେ ବିଭିନ୍ନ ସଂଯୋଗ ବିଷୟରେ ଆଲୋଚନା କରିବା ଆରମ୍ଭ କରି ଦେଇଛନ୍ତି । ପ୍ରକୃତରେ କ୍ରିକେଟପ୍ରେମୀଙ୍କ କହିବା ଅନୁସାରେ, ୨୦୧୧ ମସିହାରେ ମଧ୍ୟ ଭାରତ ଏହି ରଙ୍ଗର ଜର୍ସି ପିନ୍ଧି ପ୍ରାକ୍ଟିସ କରିଥିଲା । ତେବେ ଏହି ବର୍ଷ ଦିନିକିଆ ବିଶ୍ୱକପ ନିଜର କରିବାରେ ସଫଳ ହୋଇଥିଲା ଭାରତ ।

ତେଣୁ ଚଳିତବର୍ଷ ପୁଣିଥରେ ଟିମ ଇଣ୍ଡିଆ କମଳା ରଙ୍ଗ ବା ଗେରୁଆ ରଙ୍ଗର ଜର୍ସି ପିନ୍ଧି ଅଭ୍ୟାସ କରୁଥିବା ବେଳେ ଏଥର ବିଶ୍ୱକପ ମଧ୍ୟ ଭାରତ ହାତେଇବ ବୋଲି କୁହାଯାଇଛି । ତେବେ ୨୦୧୯ ବିଶ୍ୱକପରେ ଭାରତ କମଳା ରଙ୍ଗର ଜର୍ସିରେ ମାତ୍ର ଇଂଲଣ୍ଡ ବିପକ୍ଷରେ ଗୋଟିଏ ମ୍ୟାଚ କେଳିଥିଲା । କିନ୍ତୁ ଏହି ମ୍ୟାଚ ହାରିବା ସହିତ ଭାରତ ଆଗକୁ ଯାଇ ସେମି ଫାଇନାଲରେ ମଧ୍ୟ ପରାସ୍ତ ହୋଇଥିଲା । ଏହାବ୍ୟତୀତ ୨୦୧୧ ଭଳି ୨୦୨୩ ବିଶ୍ୱକପ ମଧ୍ୟ ଭାରତରେ ଆୟୋଜନ ହେଉଛି । ଯାହାକୁ କ୍ରିକେଟପ୍ରେମୀ ଆଉ ଏକ ସଂଯୋଗ ବୋଲି କହୁଛନ୍ତି । ତେବେ ଏଥର ବିଶ୍ୱକପ କାହାର?

Get real time updates directly on you device, subscribe now.