fbpx

ସିନେ ଦୁନିଆରେ ଓଡ଼ିଆଙ୍କ ଦବଦବା: NSD ନୂତନ ଅଧ୍ୟକ୍ଷ ପଦରେ ପ୍ରଥମ ଓଡ଼ିଆ

ଭୁବନେଶ୍ୱର: ଓଡ଼ିଶାର ଚିତ୍ତରଞ୍ଜନ ତ୍ରିପାଠୀ ହେଲେ ନ୍ୟାଶନାଲ ଡ୍ରାମା ସ୍କୁଲ(ଏନଏସଡି)ର ଅଧ୍ୟକ୍ଷ । ତାଙ୍କୁ ଗତ ଗୁରୁବାର ଏହି ପଦରେ ନିଯୁକ୍ତ କରାଗଲା । ତେବେ ଚିତ୍ତରଞ୍ଜନ ଏହି ପଦବୀ ସମ୍ଭାଳିବାରେ ପ୍ରଥମ ଓଡ଼ିଆ । ତାଙ୍କ ଆଗରୁ କେହି ଓଡ଼ିଆଙ୍କୁ ଏହି ପଦବୀରେ ନିଯୁକ୍ତ କରାଯାଇ ନଥିଲା ।

ଓଡ଼ିଶାର ଭଦ୍ରକ ଜିଲ୍ଲାର ଚାନ୍ଦବାଲିରେ ଜନ୍ମ ନେଇଥିବା ଚିତ୍ତରଞ୍ଜନ ଏନଏସଡିରେ ୧୯୯୬ରେ ଅଭିନୟରେ ଡିପ୍ଲୋମା ଶେଷ କରିଛନ୍ତି । ପ୍ରସିଦ୍ଧ ବଲିଉଡ଼ କଳାକାର ନୱାଜୁଦ୍ଦିନ ସିଦ୍ଦିକି ସେଠାରେ ତାଙ୍କର ସହପାଠୀ ଥିଲେ । ଚିତ୍ତରଞ୍ଜନ ଅଭିନେତା ହେବା ସହ ଜଣେ ନିର୍ଦ୍ଦେଶକ ମଧ୍ୟ । ଚିତ୍ତରଞ୍ଜନ ୨୦୦୭ରେ ପ୍ରଥମେ ଓଡ଼ିଆ ଚଳଚ୍ଚିତ୍ର ଧଉଳି ଏକ୍ସପ୍ରେସ ମାଧ୍ୟମରେ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ । ସେ ଏଥିରେ ନିର୍ଦ୍ଦେଶନା ଦେବା ସହ ସଙ୍ଗୀତ ନିର୍ଦ୍ଦେଶନା ଏବଂ ପ୍ରଯୋଜନା ମଧ୍ୟ ଦେଇଥିଲେ । ଏହା ସହ ଚଳଚ୍ଚିତ୍ରର ଗୀତମାନଙ୍କରେ ନିଜର କଣ୍ଠଦାନ କରି ସେ ରାତାରାତି ପରିଚୟ ପାଇଥିଲେ ।

ଏହାପରେ ୨୦୧୮ରେ ସେ ନେଟଫ୍ଲିକ୍ସର ବହୁଚର୍ଚ୍ଚିତ ସିରିଜ ‘ସାକ୍ରେଡ଼ ଗେମ୍ସ’ରେ ‘ତ୍ରିବେଦୀ’ ଚରିତ୍ରରେ ଅଭିନୟ କରି ବହୁ ପ୍ରସଂଶିତ ହୋଇଥିଲେ । ଏହା ସହ ସେ ୨୦୨୦ରେ ‘ଏମ.ଓ.ଏମ- ମିଶନ ଓଭର ମାର୍ସ’, ‘ରକ୍ତାଞ୍ଚଲ’, ‘ଫର୍ଜୀ’ ପରି ସିରିଜରେ କାମ କରି ଲୋକପ୍ରିୟତା ହାସଲ କରିଛନ୍ତି । ସେ ‘ଦିଲ୍ଲୀ-୬’, ‘ଶୁଭ ମଙ୍ଗଲ ସାବଧାନ’, ‘ତଲୱାର’, ‘ଇନ୍ଦୁ କୀ ଜୱାନୀ’ ଆଦି ଚଳଚ୍ଚିତ୍ରରେ ମଧ୍ୟ ନଜର ଆସିଛନ୍ତି ।

Get real time updates directly on you device, subscribe now.