ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପାଇଁ ୧୭୫.୫ କୋଟିର ଅତିରିକ୍ତ ଅନୁଦାନ କଲେ ରାଜ୍ୟ ସରକାର

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପାଇଁ ମିଳିଲା ୧୭୫.୫ କୋଟିର ଅତିରିକ୍ତ ଅନୁଦାନ । ୧୭୫.୫ କୋଟିର ଅତିରିକ୍ତ ଅନୁଦାନକୁ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ସ୍ୱାଭାବିକ ଅନୁଦାନ ୧୭୫.୫ କୋଟି ସହ ଅତିରିକ୍ତ ୧୭୫.୫ କୋଟି । ଚଳିତ ବର୍ଷର ଅନୁଦାନ ରାଶି ୩୫୧ କୋଟିକୁ ବୃଦ୍ଧି କଲେ ରାଜ୍ୟ ସରକାର । ଆଦିବାସୀଙ୍କ ଭାଷା, କଳା, ସଂସ୍କୃତି, ଐତିହ୍ୟ ସଂରକ୍ଷଣ ପାଇଁ ଖର୍ଚ୍ଚ ହେବ ।