fbpx

ବଡ଼ ଅପଡେଟ୍: ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରୁ ବାଦ୍ ପଡ଼ିଲେ ଶୁବମନ

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପର ୫ମ ମ୍ୟାଚ ଅନୁଷ୍ଠିତ ଅନୁଷ୍ଠିତ ହେବ । ତେବେ ଭାରତର ଯୁବ ଓପନର ତଥା ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ ବୀମାର ଥିବାରୁ ସେ ଖେଳିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା । ଗତ ୫ ତାରିଖରେ ଶୁବମନଙ୍କ ରିପୋର୍ଟ ଡେଙ୍ଗୁ ପଜିଟିଭ୍ ଆସିଥିଲା । ଏହା ପରଠାରୁ ତାଙ୍କର ଖେଳିବା ନେଇ ସନ୍ଦେହ ପ୍ରକାଶ ପାଇଥିଲା ।

ତେବେ ଏହା ମଧ୍ୟରେ ଶୁବମନଙ୍କୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଆଜିର ମ୍ୟାଚରେ ଶୁବମନ ଖେଳିବେ ନାହିଁ । ଆଜିର ମ୍ୟାଚ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ । ସେଥିପାଇଁ ଟିମ ବସରେ ସମସ୍ତ ଖେଳାଳି ବସରେ ଯାତ୍ରା କରିଛନ୍ତି । ମାତ୍ର ସବୁଠାରୁ ବଡ଼ କଥା ହେଉଛି ଟିମ୍ ବସରେ ଶୁବମନ ନଥିଲେ । ତେଣୁ ସେ ଆଜିର ମ୍ୟାଚରୁ ବାଦ୍ ପଡ଼ିଥାଇ ପାରନ୍ତି ବୋଲି କୁହାଯାଉଥିଲା । ତେବେ ଡେଙ୍ଗୁରୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ନଥିବାରୁ ଶୁବମାନ ଆଜି ଖେଳିବେ ନାହିଁ । ଏପରି ସ୍ଥିତିରେ ରୋହିତ ଶର୍ମା ଓ ଈଶାନ କିଶାନ ଓପନିଂ କରିବାର ସମ୍ଭାବନା ରହିଛି ।

ତେବେ ଅଷ୍ଟ୍ରେଲିଆ ପରି ଏକ ଶକ୍ତିଶାଳୀ ଦଳ ସହ ପ୍ରଥମ ଲଢ଼େଇ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ଏକ ବଡ଼ ଝଟକା । ଶୁବମନ ଏବେ ଫୁଲ ଫର୍ମରେ ରହିଥିବା ବେଳେ ତାଙ୍କୁ ଦଳର ଯୁବ ତାରକା ବ୍ୟାଟ୍ସମ୍ୟାନ କୁହାଯାଏ । ତେଣୁ ଶୁବମନଙ୍କ ଅନୁପସ୍ଥିତି ଦଳ ନିଶ୍ଚିତ ଭାବେ ଅନୁଭବ କରିବ । ଏହା ପୂର୍ବରୁ ଶୁବମନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହିତ ଏହି ଷ୍ଟାର ଖେଳାଳି ଖୁବଶୀଘ୍ର ଫିଟ୍ ହୋଇଯିବେ ବୋଲି କହିଥିଲେ ଅଧିନାୟକ ରୋହିତ ଶର୍ମା ।

Get real time updates directly on you device, subscribe now.