fbpx

ପ୍ରଥମେ ପ୍ରେମ ଆଉ ତା’ପରେ ପ୍ରତାରଣା କଲେ CISF ଯବାନ; ଆଦିବାସୀ ଯୁବତୀଙ୍କ ଅଭିଯୋଗ

ଓଡିଶା ଭାସ୍କର; ପୁଣି ଆଉ ଏକ ଲଭ, ସେକ୍ସ ଓ ଧୋକ୍କା ମାମଲା ସାମ୍ନାକୁ ଆସିଛି । ପୀଡିତାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ପ୍ରେମିକ ଜଣେ CISF ଯବାନ ଭାବେ କାର୍ଯ୍ୟରତ ଅଛନ୍ତି । ବେଲପଡା ଥାନା ବିଛୁବାହାଲି ଗାଁ’ର ଜଣେ ଆଦିବାସୀ ଯୁବତୀ (ରତ୍ନାବତୀ ମାଝୀ) ଏଭଳି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଏନେଇ ଯୁବତୀ ଜଣଙ୍କ ବଲାଙ୍ଗିର ଏସପିଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି।

ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ବିଛୁବାହାଲିର ଗୋକୁଳ ମାଝୀ(CISF ଯବାନ) ୪ ବର୍ଷ ହେବ ତାଙ୍କୁ ବିବାହ ପ୍ରଲୋଭନ ଦେଇ ଭଲ ପାଉଥିଲେ। ପରେ ଶାରୀରକ ସଂର୍ପକ ମଧ୍ୟ ସ୍ଥାପନ କରିଥିଲେ। ହେଲେ ଶେଷରେ ତାଙ୍କୁ ଧୋକ୍କା ଦେଇଛନ୍ତି । ବିବାହ କଥା କହିବାରୁ ପ୍ରେମିକ ଗୋକୁଳ ମାଝୀ ତାଙ୍କୁ ଧରାଛୁଆଁ ଦେଉନାହାନ୍ତି । ଯାହାକୁ ନେଇ ଯୁବତୀ ଜଣଙ୍କ ଥାନାର ଦ୍ୱାରସ୍ତ ହୋଇଛନ୍ତି । ମୋର ସମ୍ମାନ ହାନି ଘଟିଛି। ଜୀବନ ବରବାଦ ହୋଇଛି। ଏଭଳି କାଣ୍ଡ ଭିଆଇଥିବା CISF କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ, ଏପରି ଯୁବତୀ ଜଣକ ଗଣମାଧ୍ୟମ ଆଗରେ ଦାବି କରିଛନ୍ତି ।

ସୂଚନା ଥାଉକି, ଉଭୟଙ୍କ ପ୍ରେମ ସଂର୍ପକକୁ ବିଛୁବାହାଲି ଗାଁ ସମେତ ପଡୋଶୀ ଗାଁର ଲୋକେ ମଧ୍ୟ ଜାଣିଥିବା କୁହାଯାଉଛି। ଗତ ୧୦.୧୧.୨୦୨୨ ରେ ଯୁବତୀ ଜଣକ ବେଲପଡା ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ଅନ୍ୟପଟେ ପ୍ରେମିକ ତଥା CISF ଯବାନ ଗୋକୁଳ ମାଝୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ଯାଇ କହିଛନ୍ତି, ମାମଲା କୋର୍ଟରେ ବିଚାରଧୀନ ଅଛି। ଗଣ୍ଡ ସମାଜ ଆଗରେ ସେ କିଛି ପ୍ରମାଣ କରିପାରିଲା ନାହିଁ। ଯଦି ମୁଁ ଭୁଲ କରିଛି ଯାହା ଦଣ୍ଡଦେବେ ମୁଁ ସ୍ୱୀକାର କରିବି ।

Get real time updates directly on you device, subscribe now.