fbpx

World Cupରୁ ବାଦ୍ ପଡ଼ିବେ ଶୁଭମନ ଗିଲ? ଦ୍ୱିତୀୟ ମ୍ୟାଚରେ ଖେଳିବା ନେଇ BCCI ଦେଲା ଅପଡେଟ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ମାତ୍ ଦେଇ ବିଜୟ ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ । ଷ୍ଟାର ଓପନର ଶୁଭମନ ଗିଲ ଅସୁସ୍ଥତା ଯୋଗୁଁ ଏହି ମ୍ୟାଚରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ବାମହାତୀ ଓପନର ଇଶାନ କିଶାନଙ୍କୁ ଯୋଗ ଦେଇଥିଲେ ରୋହିତ ଶର୍ମା । ତେବେ ପ୍ରଥମ ମ୍ୟାଚ ବିଜୟୀ ହେବାରେ ଆସନ୍ତା ୧୧ ତାରିଖରେ ଦ୍ୱିତୀୟ ମ୍ୟାଚରେ ଭାରତ ଆଫଗାନିସ୍ତାନକୁ ଭେଟିବ । ଏହି ମ୍ୟାଚ ପୂର୍ବରୁ ଭାରତକୁ ଏକ ଶକ୍ତ ଝଟକା ଲାଗିଛି । ଭାରତର ଷ୍ଟାର ଓପନର ଶୁଭମନ ଗିଲ ସମ୍ପୂର୍ଣ୍ଣ ବିଶ୍ୱକପରୁ ବାଦ୍ ପଡ଼ିପାରନ୍ତି ବୋଲି ଆଲୋଚନା ଆରମ୍ଭ ହୋଇଛି ।

ତେବେ ଦ୍ୱିତୀୟ ମ୍ୟାଚ ପୂର୍ବରୁ ଭାରତୀୟ କ୍ରିକେଟ ବୋର୍ଡ ଶୁଭମନଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଦେଇଛି ବଡ଼ ଅପଡେଟ । ଅଷ୍ଟ୍ରେଲିଆକୁ ମାତ୍ ଦେଇ ଆସନ୍ତା ୧୧ ତାରିଖ ଦ୍ୱିତୀୟ ମ୍ୟାଚରେ ଭାରତ ଆଫଗାନିସ୍ତାନକୁ ଭେଟିବ । ତେବେ ବଡ଼ ପ୍ରଶ୍ନ ଏହି ମ୍ୟାଚରେ ଦଳକୁ ଶୁଭମନ ଫେରିବେ ନା ନାହିଁ? ତେବେ ଏ ନେଇ ବିସିସିଆଇ ସୂଚନା ଦେଇଛି ଯେ, ଶୁଭମନ ଭାରତୀୟ ଦଳ ସହିତ ଦିଲ୍ଲୀକୁ ଯିବେ ନାହିଁ । ବିଶ୍ୱକପର ପ୍ରଥମ ମ୍ୟାଚରୁ ବାଦ୍ ପଡ଼ିଥିବା ଗିଲ୍ ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ମଧ୍ୟ ଉପଲବ୍ଧ ରହିବେ ନାହିଁ । ମେଡିକାଲ ଟିମ୍ ସହ ଚେନ୍ନାଇରେ ହିଁ ସେ ରହିବେ । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଦଳରେ ସ୍ଥାନ ପାଇ ନଥିବା ଶୁଭମନ ଗିଲ୍ ଆଫଗାନିସ୍ତାନ ବିପକ୍ଷରେ ମଧ୍ୟ ଖେଳିପାରିବେ ନାହିଁ ବୋଲି ସୂଚନା ଦେଇଛି ବିସିସିଆଇ । କିନ୍ତୁ ଶୁଭମନ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବିଶ୍ୱକପରୁ ବାଦ୍ ପଡ଼ିନାହାନ୍ତି ବୋଲି ବୋର୍ଡ ସୂଚନା ଦେଇଛି । ସୁସ୍ଥ ହେଲେ ସେ ଦଳରେ ଯୋଗ ଦେବେ ।

ବିଶ୍ୱକପ ପୂର୍ବରୁ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି ଭାରତୀୟ ଦଳର ଷ୍ଟାର ଓପନର ଶୁଭମନ ଗିଲ୍ । ତେଣୁ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚରେ ଦଳରୁ ସେ ବାଦ୍ ପଡ଼ିଥଲେ । ଶୁଭମନଙ୍କ ସ୍ଥାନରେ ଏହି ମ୍ୟାଚରେ ସୁଯୋଗ ପାଇଥିଲେ ୱିକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶାନ । ତେବେ ଦ୍ୱିତୀୟ ମ୍ୟାଚରେ ମଧ୍ୟ ଶୁଭମନ ଅନୁପସ୍ଥିତ ରହୁଥିବାରୁ ଇଶାନ କିଶାନ ହିଁ ଅଧିନାୟକ ରୋହିତଙ୍କ ସହ ପାଳି ଆରମ୍ଭ କରିବେ ।

Get real time updates directly on you device, subscribe now.