fbpx

BIG BREAKING; ବସ୍ ଧର୍ମଘଟ ସ୍ଥଗିତ…ପ୍ରେସମିଟରେ ବସ୍ ମାଲିକ ସଙ୍ଘ ସମ୍ପାଦକଙ୍କ ସୂଚନା

ଭୁବନେଶ୍ୱର: ରାଜ୍ୟ ଘରୋଇ ବସ ମାଲିକ ସଂଘ ଧର୍ମଘଟ ପ୍ରସଙ୍ଗରେ ବଡ଼ ଅପଡେଟ । ବସ୍ ଧର୍ମଘଟ ସ୍ଥଗିତ ରଖିବାକୁ ସଂଘର ନିଷ୍ପତି । ଏନେଇ ପ୍ରେସମିଟରେ ବସ୍ ମାଲିକ ସଙ୍ଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ଆସନ୍ତା ଅକ୍ଟୋବର ୩୧ ତାରିଖ ଯାଏଁ ଏହି ଧର୍ମଘଟକୁ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛି ରାଜ୍ୟ ଘରୋଇ ବସ ମାଲିକ ସଂଘ ।

ସୂଚନା ଥାଉକି, କିଛି ସମୟ ଆଗରୁ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ସହ ବସ ମାଲିକ ସଂଘର ଆଲୋଚନା ହୋଇଥିଲା। ଘରୋଇ ବସ୍ ମାଲିକ ସଂଘ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଚାଲିଥିବା ବୈଠକ ସକରାତ୍ମକ ଆଲୋଚନା ସହ ଶେଷ ହୋଇଥିଲା । ରାଜ୍ୟ ସରକାରଙ୍କ ପ୍ରତିଶୃତି ପରେ ଧର୍ମଘଟକୁ ସ୍ଥଗିତ ରଖିଛନ୍ତି ରାଜ୍ୟ ଘରୋଇ ବସ ମାଲିକ ସଂଘ ।

Get real time updates directly on you device, subscribe now.