fbpx

ପୂର୍ବତନ DGP ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ଦୁଃଖଦ ଖବର । ରାଜ୍ୟର ଜଣେ ପୂର୍ବତନ ଆଇପିଏସ ଅଧିକାରୀଙ୍କ ପରଲୋକ ଘଟିଛି । ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଶରତ ଚନ୍ଦ୍ର ମିଶ୍ରଙ୍କ ବିୟୋଗ ଘଟିଛି । ଶରତ ୮୮ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଶରତଙ୍କ ମୃତ୍ୟୁ ସମ୍ପର୍କିତ ସୂଚନା ତାଙ୍କର ଭାଇ ତଥା ପୂର୍ବତନ ଡିଜିପି ବିପିନ ବିହାରୀ ମିଶ୍ର ଦେଇଛନ୍ତି ।

ସୂଚନା ମୁତାବକ, ଶରତ ଡେଙ୍ଗୁରେ ଆକ୍ରାନ୍ତ ଥିଲେ । ସେ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୭ଟା ୨୨ ମିନିଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ତାଙ୍କର ଭାଇ ତଥା ପୂର୍ବତନ ଡିଜିପି ବିପିନ ବିହାରୀ ମିଶ୍ର ସୂଚନା ଦେଇଛନ୍ତି । ଶରତ ୧୯୫୯ ବ୍ୟାଚର ଜଣେ ଆଇପିଏସ ଅଧିକାରୀ ଥିଲେ ।

ଶରତ ପ୍ରଶାସନିକ କ୍ଷେତ୍ରରେ ଦୀର୍ଘଦିନ ଜହଶ ସେବା କରିବା ପରେ ଅବସର ଗ୍ରହଣ କରିଥିଲେ । ଅବସର ପରେ ସେ ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ନିଜକୁ ବ୍ୟସ୍ତ ରଖୁଥିଲେ । ସେ ବିଭିନ୍ନ ଗଣମାଧ୍ୟମରେ ଅପରାଧ, ଆଇନ, ସୁରକ୍ଷା ଆଦି ପ୍ରସଙ୍ଗରେ ନିଜର ମତ ରଖିବା ସହିତ ସାହିତ୍ୟ କ୍ଷେତ୍ରରେ ଲେଖାଲେଖି କରୁଥିଲେ । ସେ ଞଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଥିଲେ । ଏଥିସହିତ ସେ କେନ୍ଦ୍ର ସରକାରଙ୍କ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (ର) ପାଇଁ ମଧ୍ୟ କାର୍ଯ୍ୟ କରିଥିଲେ ।

Get real time updates directly on you device, subscribe now.