fbpx

ଡିସେମ୍ବର ୨୦୨୪ ସୁଦ୍ଧା ୧୮ଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ : ୨ଟି ପର୍ଯ୍ୟାୟରେ ହେବ କାର୍ଯ୍ୟକ୍ଷମ

ଭୁବନେଶ୍ୱର : ଖରାଦିନ ନଦୀ, ନାଳ, ପୋଖରୀ ଆଦି ସମସ୍ତ ଜଳାଶୟର ପାଣି ଶୁଖିଯାଉଛି । ତେଣୁ ନଦୀରେ ଜଳସଂରକ୍ଷଣ ସହ ଖରାଦନେ ଅବବାହିକା ଅଞ୍ଚଳର ଜଳର ଆବଶ୍ୟକତା ପୂରଣ କରିବା ପାଇଁ, ମାଛ ଚାଷ ଓ ଭୂତଳ ଜଳସ୍ତର ବୃଦ୍ଧିରେ ତଥା ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୩୦ଟି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧୬ଟି ପ୍ରକଳ୍ପକୁ ଅନୁମୋଦନ କରି ସାରିଛନ୍ତି ।

ଏହି ପ୍ରକଳ୍ପ ମାଧ୍ୟମରେ ରାଜ୍ୟରେ ଜଳସେଚନ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଅଧିକରୁ ଅଦରକ ସୁଦୃଢୀକରଣ ହେବାକୁ ଥିବା ବେଳେ ପ୍ରକଳ୍ପ କିପରି ତ୍ୱରାନ୍ୱିତ ହୋଇପାରିବ ସେଥିପାଇଁ ବି ଅଧିକ ଗୁରୁତ୍ୱ ଦିଆଯାଉଛି । ଆସନ୍ତା ବର୍ଷ ଫେବୃୟାରୀ ସୁଦ୍ଧା ରାଜ୍ୟରେ ମୋଟ ୧୧ଟି ଅନ୍ତଃଜଳାଶୟ ପ୍ରକଳ୍ପ ନିର୍ମାଣ ସରିବ । ଠିକ ସେହିପରି ଡିସେମ୍ବର ମାସ ୨୦୨୪ ସୁଦ୍ଧା ମୋଟ ୧୮ଟି ପ୍ରକଳ୍ପ ନିର୍ମାଣ ସାରିବାକୁ ଯୋଜନା ପ୍ରସ୍ତତୁ ହୋଇଥିବାର ଜଳସମ୍ପଦ ବିଭାଗ ତରଫରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟୟର ମୋଟ ୪୬ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ, ତୃତୀୟ ପର୍ଯ୍ୟାୟରେ ୨୦ଟି ପ୍ରକଳ୍ପ ପାଇଁ ବିଭଗ ପକ୍ଷରୁ ପ୍ରସ୍ତାବ ରହିଛି । ସେଥିମଧ୍ୟରୁ ଖଡଗ୍ ନଦୀ ଉପରେ ନିର୍ମଅଣ ହେବାକୁ ଥିବା ଖଡଗ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ପାଇଁ ନିକଟରେ ଟେଣ୍ଡର ଆହ୍ୱାନ କରିଛନ୍ତି ବୋଲି ବିଭାଗ ସୂତ୍ରରୁ ଜଣା ପଡିଛି ।

Get real time updates directly on you device, subscribe now.