fbpx

(Video) ବିଶ୍ୱକପରେ ଆସୁଛି ‘ବିରାଟ’ ଝଡ଼! ଆଖିରେ ଅନ୍ଧପୁଟୁଳି ବାନ୍ଧି ଅଭ୍ୟାସ କରୁଛନ୍ତି କିଙ୍ଗ କୋହଲି

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପରେ ଭାରତ ପ୍ରଥମ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ଅଷ୍ଟ୍ରେଲିଆ ବିପକ୍ଷରେ କେ.ଏଲ ରାହୁଲ ଏବଂ ବିରାଟ କୋହଲିଙ୍କ ଦମଦାର ବ୍ୟାଟିଂ ଭାରତକୁ ବିଜୟ ଭେଟି ଦେଇଛି । ତେବେ ରାହୁଲଙ୍କ ୯୭ ରନର ମହତ୍ତ୍ୱପୂର୍ଣ୍ଣ ପାଳି ସହିତ କୋହଲିଙ୍କ ୮୫ ରନର ପାଳି ମଧ୍ୟ ଦଳ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ତେବେ ଏହି ସଙ୍କଟମୋଚକ ପାଳି ପଛର ରହସ୍ୟ ଏବେ ସାମ୍ନାକୁ ଆସିଛି । ଅଷ୍ଟ୍ରେଲିଆ ଏବଂ ଅନ୍ୟ ଦଳର ସମସ୍ତ ବୋଲରଙ୍କୁ ବିରାଟ କିପରି ସାମ୍ନା କରିପାରୁଛନ୍ତି, ଏହାର କାରଣ ଏବେ ସୋସିଆଲ ମିଡିଆରେ ଜାଣିବାକୁ ମିଳିଛି । ବିରାଟ କୋହଲି ନେଟ୍ସରେ ପ୍ରତିଦିନ ଆଖି ବନ୍ଦ କରି ଅଭ୍ୟାସ କରୁଥିବା ଜାଣିବାକୁ ମିଳିଛି । ଯାହା ଫଳରେ ସେ ପ୍ରତ୍ୟେକ ବଲକୁ ସହଜରେ ବୁଝି ପାରୁଛନ୍ତି ।

ଆଖି ବନ୍ଦ କରି ଅଭ୍ୟାସ କରିବା ବହୁତ କଷ୍ଟ । ଦିନେ ଏକ ଲବ୍ୟ ବି ଆଖି ବନ୍ଦ କରି ତୀର ଚାଳନା କରୁଥିଲେ । ଯିଏ ଥିଲେ ଶ୍ରେଷ୍ଠ ଧନୁର୍ଦ୍ଧାରୀ । ଆଉ ଏବେ ଠିକ୍ ସେମିତି ଭାରତୀୟ କ୍ରିକେଟରେ ମଧ୍ୟ ଜଣେ ଏକ ଲବ୍ୟ ରହିଛନ୍ତି । ଯିଏ ନିଜ ଆଖିକୁ ବନ୍ଦ କରି କ୍ରକେଟ ବ୍ୟାଟ୍ ଧରି ଅଭ୍ୟାସ କରୁଛନ୍ତି । ଆଖି ବନ୍ଦ କରି ଗୋଟିଏ ପରେ ଗୋଟିଏ ସଟ୍ ଲଗାଇ ଚାଲନ୍ତ ଟିମ ଇଣ୍ଡିଆର କିଙ୍ଗ କୋହଲିି । ଫିଲଡିଂ ବି କରନ୍ତି ଆଖିରେ କଳାପଟି ବାନ୍ଧି । ଆଖିରେ କଳାପଟି ଥିଲେ ମଧ୍ୟ ଅଧିକାଂଶ ସମୟରେ ୱିକେଟରେ ଥ୍ରୋ ପୁରା ସିଧା ଯାଇ ବାଜେ । ସେଥିପାଇଁ ଦଳର ଅସୁବିଧା ସମୟରେ ସବୁବେଳେ ଲଢ଼ି ମ୍ୟାଚକୁ ଜିତାଇବାରେ ମାହିର ହୋଇପାରିଛନ୍ତି ବିରାଟ କୋହଲି । ଏହା କେବଳ ଆଖିରେ କଳା ପଟି ଲଗାଇ ଅଭ୍ୟାସ କରିବା ଅଭ୍ୟାସ ଯୋଗୁଁ ସମ୍ଭବ ହୋଇ ପାରିଛି ।

ଏହାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନେଟ ପ୍ରାଟିକ୍ସ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସେ ପ୍ରଥମେ ଆଖିରେ କଳା ପଟି ବାନ୍ଧୁଥିବା ବେଳେ ଏହି ଫଟୋ ଉଠାଯାଇଛି । ଆଖିରେ ପଟି ବାନ୍ଧିବା ପରେ ବୋଲରଙ୍କ ବଲକୁ ଲଗାତାର ଗୋଟିଏ ପରେ ଗୋଟିଏ ସଟ୍ ମାରିବାରେ ସେ ସପଳ ହୋଇଛନ୍ତି । ବିଶ୍ୱରେ ଏ ହେଉଛନ୍ତି ଏମିତି ଜଣେ ଖେଳାଳି ଯିଏ ଭାରତୀୟ ଦଳକୁ ଆସିବା ପୂର୍ବରୁ ନେଟ୍ସରେ ଆଖିରେ କଳାପଟି ବାନ୍ଧି ଅଭ୍ୟାସ କରୁଥିଲେ । ଯାହା ତାଙ୍କ ପାଇଁ ଆଜି ଫଳପ୍ରଦ ହୋଇଛି । ପୁରା ବିଶ୍ୱ ଆଜି ବିରାଟଙ୍କ ପ୍ରଶଂସକ ହୋଇପାରିଛି । ଏପରିକି କିଛି ଦିନ ତଳେ ଆଇପିଏଲରେ କୋହଲିଙ୍କ ସହ ଯୁକ୍ତି କରିଥିବା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ମଧ୍ୟ ବିରାଟ କୋହଲିଙ୍କୁ ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.