fbpx

ଭାରତ-ପାକିସ୍ତାନ ମ୍ୟାଚ ହେବ ସ୍ୱତନ୍ତ୍ର: ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସାମିଲ ହେବେ ବହୁ ବିଶିଷ୍ଟ ବ୍ୟକ୍ତି ଓ କଳାକାର

ନୂଆଦିଲ୍ଲୀ: ଭାରତରେ ଆୟୋଜିତ ହୋଇଥିବା ଆଇସିସିର ଦିନିକିଆ କ୍ରିକେଟ ବିଶ୍ୱକପରେ ବର୍ତ୍ତମାନ ସୁଦ୍ଧା ୮ଟି ମ୍ୟାଚ ଖେଳା ଯାଇଛି । ଏହା ମଧ୍ୟରେ ଭାରତ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବା ବେଳେ ଆଜି ଆଫଗାନିସ୍ତାନକୁ ଭେଟିବ । ତେବେ ଆସନ୍ତା ୧୪ ତାରିଖରେ ହେବାକୁ ଭାରତ-ପାକିସ୍ତାନ ହାଇଭୋଲେଟେଜ୍ ମ୍ୟାଚ ଉପରେ ସାରା ବିଶ୍ୱବାସୀଙ୍କ ନଜର ରହିଛି ।

ତେବେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଆସିଛି ଏକ ବଡ଼ ଖବର । ଏହି ମ୍ୟାଚକୁ ଉପଭୋଗ କରିବାକୁ କ୍ରୀଡ଼ାପ୍ରେମୀମାନେ ଉତ୍ସୁକତାର ସହିତ ଚାହିଁ ରହିଥିବା ବେଳେ ଏହି ମ୍ୟାଚ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ପ୍ରସ୍ତୁତି ଚାଲିଛି । ଅହମଦାବାଦାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପରସ୍ପରଙ୍କୁ ଭେଟିବେ । ତେବେ ଏହି ମ୍ୟାଚ ଅବସରରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ମିଡ଼ିଆ ରିପୋର୍ଟରୁ ଜଣାପଡ଼ିଛି ।

ସେହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହେବେ । ଅଭିନେତା ଅମିତାବ ବଚନ, ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି । ଏହି ଅବସରରେ ବଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ଅରିଜୀତ ସିଂଙ୍କ ସହିତ ବହୁ କଳାକାର ସେମାନଙ୍କର କଳା ପ୍ରଦର୍ଶନ କରିବେ । ତେବେ ଭାରତ-ପାକ ମ୍ୟାଚକୁ ସ୍ୱତନ୍ତ୍ର କରିବା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଏହି ପଦକ୍ଷେପକୁ ପ୍ରଶଂସକମାନେ ଖୁବ୍ ପ୍ରଶଂସା କରିବା ସହିତ ସେମାନଙ୍କ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି । କାରଣ କ୍ରୀଡ଼ାପ୍ରେମୀମାନେ ଖେଳ ଦେଖିବା ସାଙ୍ଗକୁ ମନୋରଞ୍ଜନ ମଧ୍ୟ ପାଇ ପାରିବେ ।

Get real time updates directly on you device, subscribe now.