fbpx

Big Breaking… ବିଶ୍ୱକପରେ ନବୀନ-ବିରାଟ ଲଢେଇ: ଭାରତକୁ ୨୭୩ ବିଜୟ ଲକ୍ଷ୍ୟ ଦେଲା ଆଫଗାନିସ୍ତାନ

ନୂଆଦିଲ୍ଲୀ: ଆଉ କିଛିଟା ମୁହୂର୍ତ୍ତ ମଧ୍ୟରେ ଆରମ୍ଭ ହେବ ବିଶ୍ୱକପର ମହାଯୁଦ୍ଧ । ଏହି ଲଢେଇ ଭାରତ ବନାମ ଆଫଗାନିସ୍ତାନ ନୁହେଁ, ବରଂ ବିରାଟ କୋହଲି ବନାମ ନବୀନ-ଉଲ୍-ହକ୍ ହେବାକୁ ଯାଉଛି । IPL-2023ରେ ଆରମ୍ଭ ହୋଇଥିବା ଏହି ଫାଇଟ୍ ଆଜି ବିଶ୍ୱକପରେ ମଧ୍ୟ ଦେଖିବାକୁ ମିଳିବ । ପ୍ରଥମେ ବ୍ୟାଟିଂ କରି ଭାରତକୁ ୨୭୩ ରନର ଲକ୍ଷ୍ୟ ଦେଇଛି ଆଫଗାନିସ୍ତାନ । ତେବେ ଦ୍ୱିତୀୟ ଇନିଂସରେ ବିଶ୍ୱକପର ଏକ ‘ବିରାଟ’ ଯୁଦ୍ଧ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି ।

ଭାରତ ବନାମ ଆଫଗାନିସ୍ତାନ ମ୍ୟାଚର ଦ୍ୱିତୀୟ ଇନିଂସ ଖୁବ ରୋମାଞ୍ଚକର ହେବାକୁ ଯାଉଛି । କାରଣ ଦ୍ୱିତୀୟ ଇନିଂସରେ ଆମ୍ନା ସାମ୍ନା ହେବେ ବିରାଟ କୋହଲି ଏବଂ ନବୀନ ଉଲ ହକ୍ । ଉଭୟଙ୍କ ମଧ୍ୟରେ ଏହି ଫାଇଟକୁ ସାରା କ୍ରିକେଟ ଜଗତ ଅପେକ୍ଷା କରି ରହିଛି । ଗତ ଆଇପିଏଲରେ ଉଭୟଙ୍କ ମଧ୍ୟରେ ଏହି ତୁ ତୁ ମେଁ ମେଁ ଆରମ୍ଭ ହୋଇଥିଲା । ଯାହାକୁ ନେଇ ଖୁବ ଚର୍ଚ୍ଚା ମଧ୍ୟ ହୋଇଥିଲା । ତେବେ ଆଇପିଏଲ ପରଠାରୁ ଏହି ଦୁଇ ଖେଳାଳିଙ୍କ ମଧ୍ୟରେ ବିବାଦ ଥମିଯାଇଥିବା ବେଳେ ଆଜି ଏହା ପୁଣିଥରେ ପଡ଼ିଆ ଭିତରେ ଦେଖିବାକୁ ମିଳିଛି । ରାଶିଦ ଖାନଙ୍କ ୱିକେଟ ହରାଇବା ପରେ ମଇଦାନକୁ ଓହ୍ଲାଇଥିଲେ ଆଫଗାନିସ୍ତାନର ଷ୍ଟାର ବୋଲର ନବୀନ ଉଲ ହକ୍ । ନବୀନଙ୍କ ଏଣ୍ଟ୍ରି ପରେ ବିରାଟ କୋହଲି ପଡ଼ିଆରେ ଆହୁରି ଆଗ୍ରେସିଭ୍ ହୋଇ ଯାଇଛନ୍ତି । ବାରମ୍ବାର ନବୀନଙ୍କ ପ୍ରତି ତାଙ୍କର ଚାହାଣୀ ବିରାଟ କୋହଲିଙ୍କ ଅସନ୍ତୋଷ ଜାହିର କରୁଥିବା ଭଳି ମନେ ହେଉଛି ।

ତେବେ ଟସ୍ ପ୍ରଥମେ ବ୍ୟାଟିଂ କରି ଭାରତକୁ ୨୭୩ ରନର ଟାର୍ଗେଟ ଦେଇଛି ଆଫଗାନିସ୍ତାନ । ଅଧିନାୟକ ହସମତଉଲ୍ଲାହ ଶାହିଦୀ(୮୦) ଏବଂ ଆଜମତଉଲ୍ଲାହ ଓମରଜାଇ(୬୨)ଙ୍କ ଅର୍ଦ୍ଧଶତକ ବଳରେ ଏହି ରନରେ ପହଞ୍ଚି ପାରିଛି ବ୍ଲୁ ଆର୍ମି । ତେବେ ଉଭୟଙ୍କ ପାର୍ଟନରସିପଙ୍କ ବ୍ୟତୀତ ଅନ୍ୟ ଖେଳାଳିମାନଙ୍କ ମଧ୍ୟରେ ବଡ଼ ଭାଗିଦାରୀ ହେବା ସମ୍ଭବ ହୋଇ ପାରିନାହିଁ । ଫଳରେ ଏକ ପ୍ରାୟ ୩୦୦ ରନର ବଡ଼ ଟାର୍ଗେଟ ଆଶା ରଖିଥିବା ଆଫଗାନିସ୍ତାନ ୨୭୨ ରନ୍ କରିବାରେ ସକ୍ଷମ ହୋଇଛି । ଟିମ ଇଣ୍ଡିଆର ଷ୍ଟାର ବୋଲର ଜଶପ୍ରୀତ ବୁମରାହ ଏହି ମ୍ୟାଚରେ ୪ଟି ୱିକେଟ ଅକ୍ତିଆର କରିଥିବା ବେଳେ ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ୱିକେଟ ହାସଲ କରିଛନ୍ତି । ଏହାବ୍ୟତୀତ ସ୍ପିନର କୁଳଦୀପ ଯାଦବ ଏବଂ ରବିନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ସଫଳତା ହାସଲ କରିଛନ୍ତି । ତେବେ ଦ୍ୱିତୀୟ ଇନିଂସରେ ଭାରତକୁ ୨୭୩ ରନର ବିଜୟ ଲକ୍ଷ୍ୟ ମିଳିଥିବା ବେଳେ ବର୍ତ୍ତମାନ ନବୀନ-ବିରାଟ ଲଢେଇ ମ୍ୟାଚର ରୋମାଞ୍ଚ ସୃଷ୍ଟି କରିବ ।

Get real time updates directly on you device, subscribe now.