fbpx

(Video) ଦର୍ଶକ ଗାଇଲେ ବନ୍ଦେ ମାତରମ୍… ଭାରତ-ଆଫଗାନିସ୍ତାନ ମ୍ୟାଚରେ ଝୁମିଲେ Fans

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଭାରତ ନିଜର ପ୍ରଥମ ଦୁଇଟି ମ୍ୟାଚରେ ଦମଦାର ବିଜୟ ହାସଲ କରିସାରିଛି । ପ୍ରଥମେ ଅଷ୍ଟ୍ରେଲିଆକୁ ମାତ୍ ଦେବା ପରେ ଦ୍ୱିତୀୟ ମ୍ୟାଚରେ ଆଫଗାନିସ୍ତାନକୁ ପରାସ୍ତ କରିଛି ଟିମ ଇଣ୍ଡିଆ । ରାଜଧାନୀ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷରେ ବିଶାଳ ବିଜୟ ହାସଲ କରିଛି ଭାରତ । ତେବେ ଏହି ମ୍ୟାଚରେ ଦର୍ଶକ ଗ୍ୟାଲେରୀରେ ଦେଖା ଦେଇଛି ଦେଶପ୍ରେମର ନିଆରା ଝଲକ ।

ଭାରତ ଏବଂ ଆଫଗାନିସ୍ତାନ ମ୍ୟାଚରେ ଦେଶର ଏକତା ଏବଂ ଦେଶଭକ୍ତିର ଏକ ଝଲକ ଦେଖିବାକୁ ମିଳିଛି । ,ହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ମ୍ୟାଚରେ ଭାରତର ପ୍ରଶଂସକ ଦେଶପ୍ରତି ଥିବା ଭଲପାଇବାକୁ ପ୍ରଦର୍ଶନ କରିଛନ୍ତି । ମ୍ୟାଚ ମଝିରେ ଦର୍ଶକ ଗ୍ୟାଲେରୀରୁ ଶୁଣିବାକୁ ମିଳିଛି ରାଷ୍ଟ୍ରୀୟ ସଂଗୀତ ବନ୍ଦେ ମାତରମ୍… । ଆଫଗାନିସ୍ତାନ ବିପକ୍ଷରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ସହିତ ଷ୍ଟାଡିୟମରେ ମଧ୍ୟ ଦର୍ଶକ ଦେଶପ୍ରେମ ଦେଖାଇଛନ୍ତି । ଗ୍ୟାଲେରୀରେ ଥିବା ହଜାର ହଜାର ଦର୍ଶକ ଏକା ସାଙ୍ଗରେ ବନ୍ଦେ ମାତରମ…. ଗାନ କରିଥିଲେ । ‘ବନ୍ଦେ ମାତରମ୍’ ଗାନରେ ଝୁମି ଉଠିଥିଲା ସାରା ଷ୍ଟାଡିୟମ ।

ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ବିଜୟ ହାସଲ କରି ଅନେକ ରେକର୍ଡ ସୃଷ୍ଟି ହୋଇଛି । ଅଧିନାୟକ ରୋହିତ ଶର୍ମାଙ୍କ ଐତିହାସିକ ଶତକ ସହ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ଏବଂ ଜଶପ୍ରୀତ ବୁମରାହଙ୍କ ବୋଲିଂ ଆଫଗାନିସ୍ତାନକୁ ମାତ୍ ଦେଇଛି । ଏହି ଶତକୀୟ ଇନିଂସରେ ରୋହିତ ସଚିନଙ୍କ ସର୍ବାଧିକ ଶତକର ରେକର୍ଡ ଭାଙ୍ଗିବା ସହ କ୍ରିସ ଗେଲଙ୍କ ସର୍ବାଧିକ ଛକାର ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି ।

Get real time updates directly on you device, subscribe now.