fbpx

ପୁଣି ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ, ୫ ମାସ ପୂର୍ବରୁ ହୋଇଥିଲା ବିବାହ

ନରସିଂହପୁର : ଏବେ ମଧ୍ୟ ଯୌତୁକ ନିର୍ଯ୍ୟାତନା ନାମକ କୁ ସଂସ୍କାର ସମାଜରେ ରହିଛି, ଏଥିପାଇଁ ଅନେକ ନିରୀହ ଝିଅଙ୍କ ଜୀବନ ଚାଲିଯାଉଛି । ଏବେ ପୁଣି ଯୌତୁକ ଜୁଇରେ ଜଳିଲା ଆଉ ଗୋଟିଏ ନିରୀହ ଜୀବନ । ମଣିଷ ଯେତେ ଆଧୁନିକ ହେଲେ ବି କୁ ସଂସ୍କାର ଚଦଉନାହିଁ । ଏପରି ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ଥାନା ବଉଳସାହି ବାଲିସାହି ଗାଁରେ ।

ଯୌତୁକ ପାଇଁ ନବବଧୂ ହତ୍ୟା ଅଭିଯୋଗ ହୋଇଛି। ମୃତ ବଧୂଙ୍କ ନାମ ହେଉଛି ସ୍ଵପ୍ନାରାଣୀ ପ୍ରଧାନ। ୫ ମାସ ତଳେ ସ୍ଵପ୍ନାରାଣୀ ସେହି ଗାଁର ଭାଗିଆ ପାତ୍ରଙ୍କୁ ପ୍ରେମ ବିବାହ କରିଥିଲେ। ହେଲେ ବିବାହର କିଛି ଦିନ ପରେ ଦୁଇ ଜଣଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗିରହୁଥିଲା। ଶୁକ୍ରବାର ସକାଳୁ ସ୍ୱପ୍ନାରାଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ଯୌତୁକ ପାଇଁ ଝିଅକୁ ହତ୍ୟା କରାଯାଇଥିବା ବାପଘର ଲୋକ ଅଭିଯୋଗ କରିଛନ୍ତି। ଏନେଇ ଏକ ମାମଲା ରୁଜୁ ହେବା ସହ ସ୍ୱାମୀ ଭାଗିଆଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ପୋଲିସ ଘଟଣାର ତଦନ୍ତ କରୁଛି ।

Get real time updates directly on you device, subscribe now.