fbpx

(Viral Video)ମୋଦୀ ଭାରତର ପ୍ରଧାନମନ୍ତ୍ରୀ ନୁହଁନ୍ତି, ସେ ହେଉଛନ୍ତି ଆଦାନୀଙ୍କ ପ୍ରଧାନମନ୍ତ୍ରୀ ; ସାଂସଦ ସଞ୍ଜୟ ସିଂ

ନୂଆଦିଲ୍ଲୀ; ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ନୁହଁନ୍ତି, ସେ ହେଉଛନ୍ତି ଶିଳ୍ପପତି ଗୌତମ ଆଦାନୀଙ୍କ ପ୍ରଧାନମନ୍ତ୍ରୀ । ଏଭଳି କିଛି ବୟାନ ରଖିଛନ୍ତି ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ । ଜେଲରେ ଥିବା ସାଂସଦ ସଞ୍ଜୟ ସିଂ ଶୁକ୍ରବାର ଦିନ ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଦିଲ୍ଲୀ କୋର୍ଟରେ ହାଜର ହେବାର କିଛି ମିନିଟ୍ ପୂର୍ବରୁ ଏଭଳି ବୟାନ ରଖିଛନ୍ତି ।

ଘଟଣାର ଭିଡିଓ – Xରେ ଆପ ଦଳ ପକ୍ଷରୁ ସେୟାର କରାଯାଇଥିବା ମଧ୍ୟ ଦେଖିବାକୁ ମିଳୁଛି । ଏଥିରେ ସାଂସଦ ସିଂଙ୍କୁ ପୋଲିସ୍ କର୍ମଚାରୀଙ୍କ ଦ୍ୱାରା କୋର୍ଟକୁ ନିଆଯାଉଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ତେବେ ଗଣମାଧ୍ୟମକୁ ଦେଖିବା ପରେ ସାଂସଦ ସିଂ ଏହାର ସୁଯୋଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ତୀକ୍ଷ୍ଣ ଜବାବ ଦେଇଥିଲେ । ଏହି ସମୟରେ ସେ କହିଛନ୍ତି, “ମୋଦୀ ଜୀ ଭାରତର ନୁହଁନ୍ତି ବରଂ ସେ ଆଦାନୀଙ୍କ ପ୍ରଧାନମନ୍ତ୍ରୀ। ଏହା ସହ ଆଦାନୀଙ୍କ ସ୍କାମର ଯାଞ୍ଚ କେବେ ହେବ?” ବୋଲି ସେ ପ୍ରଶ୍ନ ମଧ୍ୟ ପଚାରିଛନ୍ତି । ତେବେ ପୂର୍ବରୁ ଆପ ଦଳ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ମୋଦୀ-ଆଦାନୀ ସମ୍ପର୍କ ପ୍ରସଙ୍ଗ ଉଠାଉଥିବା ବେଳେ ଏବେ ସାଂସଦ ସଞ୍ଜୟ ସିଂ ତାହାକୁ ଦୋହରାଇଥିବା ଦେଖିବାକୁ ମିଳୁଛି ।

ସୂଚନା ଥାଉକି, ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଆପ୍ ରାଜ୍ୟ ସଭା ସାଂସଦ ସଞ୍ଜୟ ସିଂଙ୍କୁ ଅକ୍ଟୋବର ୨୭ ପର୍ୟ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଯାଇଛି। ହେପାଜତ ଶୁଣାଣି ସମୟରେ ସଞ୍ଜୟ ସିଂ ଜଣେ ମଧୁମେହ ରୋଗୀ ହୋଇଥିବାରୁ ଔଷଧ ପାଇଁ ପୃଥକ ଆବେଦନ କରାଯାଇଛି। ଅକ୍ଟୋବର ୧୦ରେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ସଞ୍ଜୟ ସିଂଙ୍କ ଇଡି ହେପାଜତକୁ ଅକ୍ଟୋବର ୧୩ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଥିଲା। ହେପାଜତର ଅବଧି ଶେଷ ହେବା ପରେ ତାଙ୍କୁ ଶୁକ୍ରବାର କୋର୍ଟରେ ହାଜର କରାଯାଇଥିଲା। ଅନ୍ୟପଟେ ଦିଲ୍ଲୀ ଏକ୍ସାଇଜ ପଲିସିରେ ଅନିୟମିତତା ହୋଇଥିବା ଇଡି ଅଭିଯୋଗ କରିଛି।

Get real time updates directly on you device, subscribe now.