HIV ପୀଡିତ ମହିଳା ଜିଲ୍ଲା ଡାକ୍ତରଖାନାର ଶୌଚାଳୟରେ କଲେ ପ୍ରସବ, ସୂଚନା ପାଇ ନାହାନ୍ତି ଡାକ୍ତର

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଶାଜାପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଏଠାରେ ଜିଲ୍ଲା ଡାକ୍ତରଖାନାରେ ଏଭଳି ଅବହେଳାର ପରିସ୍ଥିତି ସାମ୍ନାକୁ ଆସିଛି ଯାହା ସମଗ୍ର ହସ୍ପିଟାଲ ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନା ଅନୁସାରେ ଏଚଆଇଭିରେ ପୀଡିତ ଜଣେ ମହିଳାଙ୍କୁ ଶାଜାପୁର ଶୌଚାଳୟରେ ପ୍ରସବ ହୋଇଥିଲା । ତେବେ ମହିଳାଙ୍କୁ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀମାନେ ମଧ୍ୟ ଜାଣି ନଥିଲେ ଯେ ମହିଳା ଜଣକ ଏଚ୍.ଆଇ.ଭି.ପୀଡିତ ଅଛନ୍ତି ବୋଲି |

ଯେତେବେଳେ ଜଣା ପଡିଲା ମହିଳା ଜଣକ ଏଚ.ଆଇ.ଭି.ରେ ପୀଡ଼ିତ ଅଛନ୍ତି ,ସେତେବେଳେ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଏବଂ ତାଙ୍କ ଠାରୁ ଦୁରେଇ ଯାଇଥିଲେ, ଅନ୍ୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା | ଅନ୍ୟପକ୍ଷରେ, ଶୌଚାଳୟରେ ମହିଳାଙ୍କ ପ୍ରସବ ହେତୁ ଏଠାରେ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ହସ୍ପିଟାଲର ଆରଏମଓ ଡକ୍ଟର ସଚିନ ନାୟକ କହିଛନ୍ତି ଯେ ମହିଳାଙ୍କୁ ଟ୍ରମା କେନ୍ଦ୍ରର ମାତୃତ୍ୱ ୱାର୍ଡରେ ଭର୍ତ୍ତି କରାଯାଇଛି। କିନ୍ତୁ ସେ ସେଠାରେ ନ ରହି ପୁରୁଣା କୋଠା ଆଡକୁ ଗଲେ। ଯେଉଁଠାରେ ଶୌଚାଳୟରେ ତାଙ୍କର ପ୍ରସବ ହୋଇଥିଲା |

ଶାଜାପୁରରୁ ଜିଲ୍ଲା ହସ୍ପିଟାଲର ଆରଏମଓ କହିଛନ୍ତି ଯେ ପ୍ରସବ ପରେ ମହିଳା ଏବଂ ଶିଶୁକୁ ଅଲଗା ୱାର୍ଡରେ ରଖାଯାଇଛି। ଏଚ୍‌ଆଇଭିରେ ପୀଡିତ ରୋଗୀଙ୍କ ସହ ଜଡିତ ପ୍ରୋଟୋକଲ୍ ଅନୁଯାୟୀ ସତର୍କତାର ସହିତ ଚିକିତ୍ସା କରାଯାଉଛି। ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ଏଚ୍‌ଆଇଭି ସଂକ୍ରମଣରୁ ସୁରକ୍ଷା ପାଇଁ ଟିକା ଦିଆଯିବ।