fbpx

(Video) ମ୍ୟାଚ ହାରିବା ପରେ ବିରାଟଙ୍କ Jersey ନେଇଗଲେ ବାବର: କାହିଁକି ଏପରି କଲେ ପାକିସ୍ତାନ ଅଧିନାୟକ?

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଏକ ସହଜ ବିଜୟ ହାସଲ କରି ନେଇଛି ଟିମ ଇଣ୍ଡିଆ । ଏହି ବିଜୟ ସହ ଭାରତ ଲଗାତାର ତୃତୀୟ ବିଜୟ ନିଜ ନାମରେ କରିଛି । ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନକୁ ମାତ୍ ଦେବା ପରେ ପାକିସ୍ତାନ ଉପରେ ମଧ୍ୟ ଏକତରଫା ବିଜୟ ହାସଲ କରିଛି ରୋହିତ ସେନା । କିନ୍ତୁ ଏହି ମ୍ୟାଚ ପରେ ଉଭୟ ଦଳର ଷ୍ଟାର ଖେଳାଳିଙ୍କ ମଧ୍ୟ ଖେଳୁଆଡ଼ ମନୋଭାବ ଦେଖିବାକୁ ମିଳିଛି । ଟିମ ଇଣ୍ଡିଆର ଷ୍ୟାର ବ୍ୟାଟର ବିରାଟ କୋହଲିଙ୍କ ଜର୍ସିକୁ ନେଇ ଯାଇଛନ୍ତି ପାକିସ୍ତାନ ଅଧିନାୟକ ବାବର ଆଜମ ।

ବିରାଟ କୋହଲିଙ୍କର ଜଣେ ବଡ଼ ପ୍ରଶଂସକ ହେଉଛନ୍ତି ପାକିସ୍ତାନର ଅଧିନାୟକ ବାବର ଆଜମ । ବିରାଟଙ୍କୁ ସେ ନିଜ କ୍ରିକେଟ କ୍ୟାରିୟରରେ ଖୁବ ଅନୁସରଣ କରନ୍ତି । ବିରାଟଙ୍କ ଭଳି ଖେଳିବାକୁ ଚେଷ୍ଟା କରନ୍ତି । ଗତକାଲି ମ୍ୟାଚରେ ବାବର ଦଳର ସ୍ତମ୍ଭ ହୋଇ ଖେଳିବାକୁ ଚେଷ୍ଟା କର ଦମଦାରି ଅର୍ଦ୍ଧଶତକ ହାସଲ କରିଥିଲେ । କିନ୍ତୁ ଏହାପରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟ ଦଳକୁ ପରାସ୍ତ କରିଛି । ତେବେ ପାକିସ୍ତାନ ଏହି ମ୍ୟାଚ୍ ହାରିବା ପରେ ବିରାଟ କୋହଲିଙ୍କ ଜର୍ସି ନେଇ ଯାଇଛନ୍ତି ପାକିସ୍ତାନ ଅଧିନାୟକ ବାବର । ବିରାଟ ବି ତାଙ୍କ ଜର୍ସିରେ ନିଜ ଅଟୋଗ୍ରାଫ ଦେଇବାବରଙ୍କୁ ଉପହାର ଦେଇଛନ୍ତି । ଏହାପରେ ଉଭୟ ଖେଳାଳି ପଡ଼ିଆରେ ଖୁବ ମଜାମସ୍ତି କରିବା ସହ ଦୀର୍ଘ ସମୟ ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇଥିଲେ । ଏହି ଦୃଶ୍ୟ ସମସ୍ତଙ୍କ ମନକୁ ଆକର୍ଷିତ କରିଛି । ପ୍ରତିଦ୍ୱନ୍ଦୀ ହୋଇଥିଲେ ମଧ୍ୟ ବିରାଟଙ୍କୁ ସମ୍ମାନ ଦେବାରେ ପଛଘୁଞ୍ଚା ଦେଇନାହାନ୍ତି ବାବର ।

ପଡ଼ିଆରେ ଅନେକ ଥର କିଛି କ୍ରିକେଟର ନିଜ ନିଜ ଭିତରେ ଜର୍ସି ଅଦଳ ବଦଳ କରୁଥିବାର ଦେଖାଯାଇଛି । କିନ୍ତୁ ଇତିହାସରେ ପ୍ରଥମ ଥର ପାକିସ୍ତାନର ଜଣେ ଖେଳାଳି ଟିମ ଇଣ୍ଡିଆ ଖେଳାଳିଙ୍କ ଜର୍ସି ନେଇଛନ୍ତି । ତେବେ ଏହି ଦୃଶ୍ୟକୁ ଦେଖି ହଜାର ହଜାର ଦର୍ଶକ ତାଳି ମାରି ବାବରଙ୍କୁ ପ୍ରଶଂସା କରିଛନ୍ତି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତକୁ ମାତ୍ର ୧୯୨ ରନର ବିଜୟ ଲକ୍ଷ ଦେଇଥିଲା ପାକିସ୍ତାନ । ତେବେ ରୋହିତ ଏବଂ ଶ୍ରେୟସଙ୍କ ଅର୍ଦ୍ଧଶତକ ବଳରେ ଟିମ ଇଣ୍ଡିଆ ଏହାକୁ ମାତ୍ର ୩୦ ଓଭରରେ ହିଁ ହାସଲ କରିନେଇଛି । ଏହା ସହିତ ଦିନିକିଆ ପାକିସ୍ତାନ ଉପରେ ବିଶ୍ୱକପରେ ଅଷ୍ଟମ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଉଭୟ ଦଳ ମଧ୍ୟରେ ୮ଟି ମ୍ୟାଚ ଖେଳାଯାଇଥିବା ବେଳେ ସମସ୍ତ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରିଛି ଭାରତ ।

Get real time updates directly on you device, subscribe now.