ଭାରତ-ଇସ୍ରାଏଲ ବିରୋଧରେ ବିଷ ଓଗାଳୁଛନ୍ତି ନୱାଜ ସରିଫଙ୍କ ଜ୍ୱାଇଁ, କହିଲେ ‘ଗଜୱା-ଏ-ହିନ୍ଦ ଏବଂ ଜିହାଦ ପାଇଁ ପ୍ରସ୍ତୁତ ରୁହ ମୁସଲମାନ’

ଓଡ଼ିଶା ଭାସ୍କର: ପାକିସ୍ତାନ ମୁସଲିମ୍ ଲିଗ୍ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଜ୍ୱାଇଁ କ୍ୟାପଟେନ୍ ସଫଦର ଖୋଲାଖୋଲି ଭାବେ ଭାରତ ଓ ଇସ୍ରାଏଲ ବିରୋଧରେ ବିଷ ଓଗାଳିଛନ୍ତି ଏବଂ ମୁସଲମାନମାନଙ୍କୁ ଗଜୱା-ଏ-ହିନ୍ଦ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି। ଏହା ସହିତ ସଫଦର ଇସ୍ରାଏଲକୁ ପରମାଣୁ ବୋମା ଧମକ ମଧ୍ୟ ଦେଇଛନ୍ତି । ପେଶାୱରରେ ଆୟୋଜିତ ପାଲେଷ୍ଟାଇନ ସମର୍ଥକ ରାଲିରେ କ୍ୟାପଟେନ୍ ସଫଦାର ଏହି ଉତ୍ତେଜନାମୂଳକ ବୟାନ ଦେଇଛନ୍ତି। ନିଜ ଅଭିଭାଷଣରେ ସଫଦର କହିଛନ୍ତି ଯେ ଯଦି ମୁସଲମାନମାନେ ଜିହାଦ କରନ୍ତି ନାହିଁ, ତେବେ ଅପମାନ ସେମାନଙ୍କ ପାଇଁ ଅପେକ୍ଷା କରିଛି। ମୁସଲମାନମାନେ ଜିହାଦ ପାଇଁ ପ୍ରସ୍ତୁତ ରହିବା ଦରକାର । ଗଜୱା-ଏ-ହିନ୍ଦ ପାଇଁ ପ୍ରସ୍ତୁତ ରୁହନ୍ତୁ।

ପାକିସ୍ତାନର ପରମାଣୁ ବୋମା ସବୁ ମୁସଲମାନଙ୍କର ବୋଲି ସଫଦର କହିଛନ୍ତି। ଏହି ସମୟରେ ସେ କାଶ୍ମୀର ଓ ପାଲେଷ୍ଟାଇନ୍ ବିଷୟରେ ଉଲ୍ଲେଖ କରିଥିଲେ। ପାଲେଷ୍ଟାଇନରେ ମୁସଲମାନମାନଙ୍କୁ ନିର୍ଯାତନା ଦିଆଯାଉଛି, ଗାଜାରେ ଶିଶୁ ଓ ମହିଳାଙ୍କ ମୃତଦେହ ରଖାଯାଉଛି ବୋଲି ସେ କହିଛନ୍ତି। ସେ ନୱାଜ ସରିଫଙ୍କ ବୟାନକୁ ଉଲ୍ଲେଖ କରିଛନ୍ତି ଯେଉଁଥିରେ ସେ କାଶ୍ମୀର ଉପରେ ପରମାଣୁ ଧମକ ଦେଇଛନ୍ତି । କ୍ୟାପ୍ଟେନ ସଫଦର ଭାରତ ଓ ଇସ୍ରାଏଲ ବିରୋଧରେ ବିଷ ଓଗାଳୁଥିବା ଏହି ରାଲିକୁ ପାକିସ୍ତାନର ଉଗ୍ରବାଦୀ ଦଳ ଜମିୟତ-ଏ-ଉଲେମା ଇସଲାମ ଗାଜାରେ ଇସ୍ରାଏଲର ଆକ୍ରମଣର ପ୍ରତିବାଦରେ ଆୟୋଜନ କରିଥିଲା।