fbpx

(Video) Blog କରୁଥିବା ବେଳେ ଟ୍ୟୁସନରେ ପହିଞ୍ଚିଲେ ଛାତ୍ର, ଭାଇରାଲ ହେଲା ଗୁରୁଜୀଙ୍କ ଭିଡିଓ

ଓଡିଶା ଭାସ୍କର : ଆଜିକାଲି ଦୁନିଆରେ ଲୋକମାନେ ବ୍ଲଗ ବନାଇବାରେ ବ୍ୟସ୍ତ । ଯାହାକୁ ଦେଖିବେ ସେ ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲି ବ୍ଲକ କରୁଥିବା ଦେଖିବାକୁ ମିଳୁଛି । ବଡ ବଡ ୟୁଟ୍ୟୁବର ମାନଙ୍କଠାରୁ ଆରମ୍ଭ କରି ଗଳି କନ୍ଦିରେ ରହୁଥିବା ଲୋକମାନେ ଏବେ ବ୍ଲଗ କରିବାରେ ବ୍ୟସ୍ତ ରହୁଛନ୍ତି । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭାଇରାଲ ଭିଡିଓ ଏକ ଛୋଟ ପିଲାର । ଏଥିରେ ଦେଖିବାକୁ ମିଳିଛି ଛୋଟ ପିଲାଟି ବ୍ଲଗ କରି ଟ୍ୟୁସନରେ ପହଞ୍ଚିଛି ସେଠାରେ ତାଙ୍କ ଗୁରୁଜୀ ଗୋବର ଉଠାଉଛନ୍ତି । ଏହା ଦେଖବା ପରେ ତାଙ୍କ ଗୁରୁଜୀ ଯେଉଁ ରିଆକ୍ସନ ଦେଇଛନ୍ତି ତାହା ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପିଲାମାନେ ସବୁଠାରୁ ନିରିହ ହୋଇଥାନ୍ତି, ବେଳେ ବେଳେ ସେମାନଙ୍କ କିଛି କାମ ପାଇଁ ଆମକୁ ରାଗ ଲାଗିଥାଏ । ତେବେ ଏପରି ଗୁରୁଜୀଙ୍କ ସହିତ ହୋଇଥିଲା । ଯାହା ଦ୍ୱାରା ଗୁରୁଜୀ ରାଗି ଯାଇଥିଲେ । ଏହି ବ୍ଲଗରେ ଦେଖିବାକୁ ମିଳିଛି ପିଲାଟି କହୁଛି “ଦେଖନ୍ତୁ ମୁଁ ସାରଙ୍କ ଘରେ ଟ୍ୟୁସନ ପଢିବାକୁ ଆସିଛି, ସାର ଘରେ ଗୋବର ଉଠାଉଛନ୍ତି,” ଏହାକୁ ଶୁଣିବା ପରେ ସାରା ରାଗି ଯାଇଛନ୍ତି ଏବଂ ତାକୁ ମାରିବାକୁ ଆସୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି । ଏହା ପରେ ପିଲାଟି ସେଠାରୁ ଦୈଡି ପଳାଉଛି ।
ଏହି ବ୍ଲଗର ଭିଡିଓ ସୋସିଆଲ ମିଡିଆ ପ୍ଲାଟ ଫର୍ମ ଏକ୍ସରେ ଭାଇରାଲ ହେବାରେ ଲାଗିଛି । ଏହାକୁ @ChapraZila ନାମ ପେଜରେ ସେୟାର ହୋଇଛି । ଏହାର କ୍ୟପସନରେ ଲେଖା ହୋଇଛି ବ୍ଲକ କରି ପିଲାଟି ଟ୍ୟୁସନରେ ପହଞ୍ଚିଲା । ଏହାକୁ ଏ ପର୍ଯ୍ୟନ୍ତ ୪ ଲକ୍ଷ ୯୮ ହଜାର ଲୋକ ଦେଖି ସାରିଛନ୍ତି । ଏହି ଫନି ଭିଡିଓ ଦେଖିବା ପରେ ଲୋକମାନେ ଅନେକ କମେଣ୍ଟ କରୁଛନ୍ତି ।

Get real time updates directly on you device, subscribe now.