fbpx

କଙ୍ଗନା ରାଣାୱତଙ୍କ ଘରେ ନୂଆ ଅତିଥି, ଶିଶୁ ସହ ଫଟୋ ହେଲା ଭାଇରାଲ

ମୁମ୍ବାଇ : ବଲିଉଡର କୁଇନ କଙ୍ଗନାଙ୍କ ଘର ଏବେ ଚର୍ଚ୍ଚାରେ । ନବରାତ୍ରରେ ତାଙ୍କ ଘରେ ନୂଆ ଅତିଥିକୁ ସ୍ୱାଗତ କରିଛନ୍ତି । କଙ୍ଗନା ଏବେ ମାଉସୀ ପରେ ପିଉସୀ ହୋଇଛନ୍ତି । ଏହାର ସୂଚନା କଙ୍ଗନା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ । ଏହି ଫଟୋରେ ଦେଖିବାକୁ ମିଳିଛି କଙ୍ଗନା ନବଜାତକୁ ତାଙ୍କ କୋଳରେ ନେଇ ଫଟୋ ସେୟାର କରିଛନ୍ତି । ପିଉସୀ ହେବାର ଖୁସି ତାଙ୍କ ଚେହେରାରେ ସ୍ପଷ୍ଟ ଦେଖା ଯାଉଛି । ଏହି ଫଟୋ ସହିତ କଙ୍ଗନା ଭଲ କ୍ୟାପସନ ମଧ୍ୟ ଲେଖିଛନ୍ତି ।
କଙ୍ଗନା ଟ୍ୱିଟରରେ ତାଙ୍କ ପୁତୁରାର ଅନେକ ଫଟୋ ସେୟାର କରିଛନ୍ତି । ଏବଂ ତାଙ୍କ ଚେହେରାରେ ଖୁସି ଦେଖିବାକୁ ମିଳିଛି ।

ଏହି ଫଟୋରେ କଙ୍ଗନା ପିଙ୍କ କଲର ଡ୍ରେସ ପିନ୍ଧିଛନ୍ତି । କଙ୍ଗନାଙ୍କ ସହ ତାଙ୍କ ମା ଏବଂ ଭଉଣୀ ଅଛନ୍ତି । ପ୍ରଥମ ଫଟୋରେ କଙ୍ଗନାଙ୍କ ମାତା ପିତା ନବଜାତ ଶିଶୁକୁ ଧରି ଫଟୋ ଉଠାଇଥିବା ବେଲେ ପରେ ଅନ୍ୟ ସଦସ୍ୟ ମାନେ ତାଙ୍କୁ ହାତରେ ନେଇ ଫଟୋ ଉଠାଇଛନ୍ତି । ତେବେ କଙ୍ଗନା ଏହି ଫଟୋଗୁଡିକୁ ସେୟାର କରି ଲେଖିଛନ୍ତି “ଆଜି ଏହି ସ୍ୱଭାଗ୍ୟପୂଣ୍ୟ ଦିନରେ ଆମ ପରିବାରକୁ ସନ୍ତାନ ପ୍ରପ୍ତି ହୋଇଛି । ମୋର ଭାଇ ଅକ୍ଷତ ଏବଂ ଭାଉଜ ଋତୁଙ୍କର ପୁତ୍ର ସନ୍ତାନ ପ୍ରାପ୍ତି ହୋଇଛି । ଏହି ତେଜ୍ୱସୀ ପୁତ୍ରର ନାମ ଆମେ ଅଶ୍ୱସ୍ଥାମା ରଖିଛୁ । ଆପଣମାନେ ଆମ ପରିବାରର ନୂଆସଦସ୍ୟଙ୍କୁ ଆର୍ଶିବାଦ ଦିଅନ୍ତୁ ।”କଙ୍ଗନାଙ୍କ ଏହି ପୋଷ୍ଟରେ ବହୁତ ଲୋକ କମେଣ୍ଟ କରିଛନ୍ତି ।

Get real time updates directly on you device, subscribe now.