fbpx

ସିସିଟିଭି ନଜରରୁ ବଞ୍ଚିବାକୁ ଅଭିନବ ଉପାୟରେ ଚୋରୀ, ପୋଲିସ ବି ଚିନ୍ତାରେ କିପରି ଚିହ୍ନିବ ଚେହେରା

ମେରୁଟ: ଏଠାରେ ଏକ ମୋବାଇଲ୍ ଦୋକାନରେ ଚୋରୀର ଏକ ଅଭିନବ ତରିକା ସାମ୍ନାକୁ ଆସିଛି । ଚୋର ସିସିଟିଭି ନଜରରୁ ନିଜକୁ ରକ୍ଷା କରିବା ଲାଗି ପିପିଇ କିଟ୍ ପିନ୍ଧି ଦୋକାନରେ ପ୍ରବେଶ କରିଥିଲା । କେବଳ ପିପିଇ କିଟ୍ ନୁହେଁ ହାତରେ ଗ୍ଲୋଭସ୍ ବି ପିନ୍ଧି ଦୋକାନରେ ପ୍ରବେଶ କରିଥିଲା । ଶୋ’ରୁମ୍‌ରୁ ଚୋର ପ୍ରାୟ ୬୦ ଲକ୍ଷ ଟଙ୍କାର ମୋବାଇଲ ଫୋନ୍ ଚୋରି କରିଛି । ଏବେ ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ଚୋରର ସନ୍ଧାନରେ ଲାଗିପଡିଛି ।

ଏହି ଘଟଣା ମେରୁଟ ଥାନା ଗଙ୍ଗାନଗର ଅଞ୍ଚଳରେ ଥିବା ଲକ୍ଷ୍ମୀ ମୋବାଇଲ୍ ଶୋ’ରୁମ୍‌ରେ ଘଟିଛି । ବିଳମ୍ବିତ ରାତିରେ ଚୋର ଶୋ’ରୁମ୍‌ର କାନ୍ଥରେ ଫାଟ କରି ପିପିଇ କିଟ୍ ପିନ୍ଧି ଦୋକାନରେ ପଶିଛି ଓ ସେଠାରେ ଥିବା ସମସ୍ତ ମହଙ୍ଗା ମୋବାଇଲ ନେଇଯାଇଛି । ସକାଳେ ଦୋକାନ ଖୋଲିବା ପରେ ମାଲିକ ଏହା ଦେଖିବା ପରେ ପୋଲିସରେ ଅଭିଯୋଗ ଦାଖଲ କରିଥିଲେ ।

ମାଲିକ କହିଛନ୍ତି ଦୀପାବଳି ସମୟରେ ମୋବାଇଲ୍ ବିକ୍ରୀ ଭଲ ହୋଇଥାଏ । ତେଣୁ ସେ ୬୦ ଲକ୍ଷ ମୂଲ୍ୟର ନୂଆ ମୋବାଇଲ୍ ଆଣି ରଖିଥିଲେ । ଘଟଣାରେ ସିସିଟିଭି ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଚୋର ପିପିଇ କିଟ୍ ପିନ୍ଧିଥିବା ସହ ହାତରେ ଗ୍ଲୋଭସ୍ ପିନ୍ଧିଥିବାର ନଜରକୁ ଆସୁଛି ।

Get real time updates directly on you device, subscribe now.