fbpx

ମିଶନ ଗଗନଯାନ କାହିଁକି ଗୁରୁତ୍ୱପୂର୍ଣ୍ଣ: ପ୍ରଥମ ଥର ଭାରତ ମହାକାଶକୁ ମଣିଷକୁ ପଠାଇବ

ନୂଆଦିଲ୍ଲୀ: ମହାକାଶ କ୍ଷେତ୍ରରେ ଆଜିର ଦିନ ଭାରତ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ମହାକାଶରେ ଭାରତ ଏକ ବଡ଼ ସଫଳତା ହାସଲ କରିବାକୁ ଯାଉଛି । ଆନ୍ଧ୍ରପ୍ରଦେଶର ଶ୍ରୀହରୀକୋଟା ସ୍ଥିତ ସତୀଶ ଧବନ ମହାକାଶ କେନ୍ଦ୍ରରୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଗଗନଯାନର ପ୍ରଥମ ପରୀକ୍ଷଣ କରିବ । ଚନ୍ଦ୍ରଯାନ ଓ ସୂର୍ଯ୍ୟଯାନ ପରେ ଏବେ ଭାରତ ଗଗନଯାନ ଲଞ୍ଚ କରି ଇତିହାସ ରଚିବାକୁ ଯାଉଛି ।

ତେବେ ଏଠାରେ ପ୍ରଶ୍ନ ଉଠଛି ଗଗନଯାନ ମିଶନ ଭାରତ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ? ଏହି ମିଶନର କ’ଣ ଲକ୍ଷ୍ୟ ରହିଛି । ଏହି ତିନିଦିନିଆ ମିଶନ ଜରିଆରେ ମଣିଷକୁ ଉଚ୍ଚ ସ୍ଥାନରୁ ଭୂପୃଷ୍ଠର ୪୦୦ କିଲୋମିଟର ଗଭୀର କକ୍ଷପଥକୁ ପଠାଇବା ଓ ସେମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ଇସ୍ରୋ ଲକ୍ଷ୍ୟ ରଖିଛି । ଭାରତୀୟ ମହାକାଶଯାତ୍ରୀମାନେ ଧରିତ୍ରୀର ୪୦୦ କିମି ଗଭୀରକୁ ଯାଇ ଅନୁସନ୍ଧାନ କରିବେ ।

ଗଗନଯାନ ମିଶନ ୨୦୨୨ରେ ଲଞ୍ଚ ହେବାର ଥିଲା । ମାତ୍ର କୋଭିଡ-୧୯ ମହାମାରୀ ଓ ମିଶନରେ ଜଟିଳତା କାରଣରୁ ଏ କ୍ଷେତ୍ରରେ ବିଳମ୍ବ ହୋଇଥିଲା । ଯଦି ଇସ୍ରୋର ଏହି ମିଶନ ସଫଳ ହୁଏ, ତେବେ ଆମେରିକା, ଚୀନ ଓ ପୂର୍ବବର୍ତ୍ତୀ ସୋଭିଏତସଂଘ ପରେ ମହାକାଶକୁ ମଣିଷକୁ ପଠାଇବା କ୍ଷେତ୍ରରେ ଭାରତ ଚତୁର୍ଥ ଦେଶ ହୋଇଯିବ । ମହାକାଶକୁ ମଣିଷକୁ ପଠାଇ ସୁରକ୍ଷିତ ଭାବେ ଫେରାଇ ଆଣିବା ଏହି ମିଶନର ମୁଖ୍ୟ ଲକ୍ଷ୍ୟ ରହିଛି । ମହାକାଶରେ ମଣିଷର ଉଡ଼ାଣ ପାଇଁ ଜରୁରୀ ପ୍ରଯୁକ୍ତିବିଦ୍ୟାର ବିକାଶ ମଧ୍ୟ କରାଯିବ । ମହାକାଶରେ ମଣିଷର ଉଡ଼ାଣ କ୍ଷେତ୍ରରେ ଭାରତର କ୍ଷମତାକୁ ସାରା ଦୁନିଆକୁ ଦେଖାଇବା ଏହାର ଉଦ୍ଦେଶ୍ୟ ରହିଛି ।

Get real time updates directly on you device, subscribe now.