fbpx

ଜ୍ୟୋତିଷ ନୁହଁନ୍ତି ଟାଇମ୍ ଟ୍ରାଭେଲର୍ସ କଲେ ବଡ ଭବିଷ୍ୟବାଣୀ, ଏକ ଫଳ ହିଁ ମଣିଷର ଜୀବନକାଳକୁ ୨୦୦ ବର୍ଷ ପର୍ଯ୍ୟନ୍ତ ବଢାଇଦେବ

ନୂଆଦିଲ୍ଲୀ: ଆମ ଦେଶରେ ଜ୍ୟୋତିଷୀୟ ଗଣନା ଦ୍ୱାରା ଭବିଷ୍ୟତର ଆକଳନ କରାଯିବା ପରମ୍ପରା କାହିଁ କେଉଁ ଯୁଗରୁ ଚାଲି ଆସୁଛି । କିଛି ଲୋକ ଟେରା କାର୍ଡ ଜରିଆରେ ବି ଭବିଷ୍ୟତ ଗଣନା କରିଥାନ୍ତି । କିନ୍ତୁ ଏବେ ଭବିଷ୍ୟତ ଗଣନା କ୍ଷେତ୍ରରେ ଟାଇମ୍ ଟ୍ରାଭେଲର୍ସଙ୍କ କାହାଣୀ ଖୁବ୍ ଗୁରୁତ୍ୱ ବହନ କରିଛି । ଏପରି ଲୋକ ନିିଜେ ଦାବୀ କରିଥାନ୍ତି କି ସେମାନେ ଶହ ଶହ ବର୍ଷ ଆଗକୁ ଦୁନିଆକୁ ଦେଖି ଫେରିଛନ୍ତି ଓ ଆଗକୁ ଘଟିବାକୁ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଘଟଣାର ଭବିଷ୍ୟବାଣୀ କରିଥାନ୍ତି । ଏପରି ଜଣେ ବ୍ୟକ୍ତିଙ୍କ ଭବିଷ୍ୟବାଣୀ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

ଡେଲି ଷ୍ଟାର ରିପୋର୍ଟ ଅନୁସାରେ ଏପରି ଜଣେ ଟାଇମ୍ ଟ୍ରାଭେଲର ଦାବୀ କରିଛନ୍ତି କି ସେ ବର୍ଷ ୨୬୭୧ର ଚିତ୍ର ଦେଖିକରି ଫେରିଛନ୍ତି । ସେ ବର୍ଷ ଓ ତାରିଖ ହିସାବରେ ଭବିଷ୍ୟ ବିଷୟରେ ବହୁତ କିଛି କହିଛନ୍ତି ଓ ଏହା ମଧ୍ୟ କହିଛନ୍ତି କିପରି ଆଗାମୀ ଦିନରେ ଆମ ଜୀବନରେ ବହୁତ କିଛି ବଦଳିଯିବ ।
ଏହି ବ୍ୟକ୍ତି ଭବିଷ୍ୟ ବିଷୟରେ ତ ବହୁତ କିଛି କହିଛନ୍ତି କିନ୍ତୁ ସବୁଠାରୁ ବଡ ଖୁସିର କଥା ଯାହା ସେ କହିଛନ୍ତି ତାହା ହେଉଛି ୨୦୨୩ , ୨୮ ଡିସେମ୍ବରରେ ବୈଜ୍ଞାନିକଙ୍କ ହାତରେ ଏପରି ଏକ ଫଳ ଲାଗିବ ଯାହା ମାନବର ବୟସ ବୃଦ୍ଧିର ଗତିକୁ ବେଶ୍ ଧୀମା କରିଦେବ । ଏହି ଫଳ ପୃଥିବୀ ଉପରେ ନୁହେଁ ପୃଥିବୀ ମଧ୍ୟରେ ରହିଛି ଯାହା ମଣିଷର ଜୀବନକାଳକୁ ୨୦୦ ବର୍ଷ ପର୍ଯ୍ୟନ୍ତ ବଢାଇଦେବ । ଏହି ଫଳର ନାମ ଟାଇମ୍ ଟ୍ରାଭେଲର ଆଷ୍ଟ୍ରମ ରଖିଛନ୍ତି ଓ କହିଛନ୍ତି ଏହି ଫଳରୁ କେବଳ ୫ଟି ହିଁ ଖିଆଯାଇପାରିବ ।

ଏହି ଟାଇମ୍ ଟ୍ରାଭେଲରଙ୍କ ମତ ଅନୁଯାୟୀ ବର୍ଷ ୨୦୨୪ ଇତିହାସର ସବୁଠାରୁ ଅଜବ ବର୍ଷ ବିବେଚିତ ହେବ । ସେ କହିଛନ୍ତି ୨୨ ନଭେମ୍ବର ୨୦୨୩ରେ ଜେନେଟିକ୍ ଇଂଜିନିୟରିଂ ବିଷୟରେ ଦୁନିଆ ଜ୍ଞାତ ହେବ । ଏହାଦ୍ୱାରା ଲୋକଙ୍କ ଚାହିଦା ଅନୁସାରେ ସନ୍ତାନ ସୃଷ୍ଟି କରାଯିବ । ଫଳରେ ପିତାମାତାଙ୍କ କ୍ଷେତ୍ରରେ ଦେଖାଦେଉଥିବା ରୋଗ କି କୌଣସି ପ୍ରକାର ଶାରୀରିକ ଅସୁବିଧା ଆଉ ଶିଶୁ କ୍ଷେତ୍ରରେ ଦେଖାଯିବ ନାହିଁ ।

Get real time updates directly on you device, subscribe now.