fbpx

ସୋଲାର ପ୍ୟାନେଲକୁ ନେଇ ସରକାର ଜାରି କଲେ ନୂଆ ଗାଇଡଲାଇନ, କେବଳ ମେକ୍ ଇନ୍ ଇଣ୍ଡିଆକୁ ମିଳିବ ଅନୁମୋଦନ

ନୂଆଦିଲ୍ଲୀ: ସୋଲାର ପ୍ୟାନେଲକୁ ନେଇ ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ଏହି ଗାଇଡଲାଇନ୍ ଅନୁସାରେ ସରକାର ସ୍ପଷ୍ଟ କରିଛନ୍ତି କି ଆଗାମୀ ୩-୪ ବର୍ଷ ମଧ୍ୟରେ କେବଳ ମେଡ୍ ଇନ୍ ଇଣ୍ଡିଆ ସେଲ୍ , ୱାଫର୍ସ ଓ ପଲିସିଲିକନ୍‌ରେ ତିଆରି ସୌର ପ୍ୟାନେଲକୁ ମଡେଲ ଓ ନିର୍ମାତାଙ୍କ ଅନୁମୋଦିତ ସୂଚୀ ଜରିଆରେ ପଞ୍ଜୀକୃତ କରିବେ । ଦେଶର ନବୀକରଣ ଶକ୍ତି ମନ୍ତ୍ରୀ ଆର୍‌.କେ.ସିଂହ ରବିବାର ଏହି କଥା କହିଛନ୍ତି । କେନ୍ଦ୍ର ମନ୍ତ୍ରୀ ନିଜ ମନ୍ତ୍ରଣାଳୟ ସମ୍ବନ୍ଧିତ ଅଧିକାରୀଙ୍କୁ ଏ ସମ୍ବନ୍ଧରେ ଯୋଜନା ପ୍ରସ୍ତୁତ କରିବାକୁ କହିଛନ୍ତି ।

ଏକ ସୂଚନା ମୁତାବିକ ସରକାର ସୌର ପ୍ୟାନେଲର ଘରୋଇ ନିର୍ମାଣକୁ ପ୍ରୋତ୍ସାହନ ଦେବା ଲାଗି ମଡେଲ ଓ ନିର୍ମାତାଙ୍କ ଅନୁମୋଦିତ ତାଲିକା ପ୍ରସ୍ତୁତ କରିଥିଲେ । ସରକାର କହିଛନ୍ତି କମ୍ ଦକ୍ଷତା ବିଶିଷ୍ଟ ମଡେଲଗୁଡିକୁ ହଟାଇ ଦିଆଯିବ । ସେ କହିଛନ୍ତି ଆମେ ଏ ନେଇ ନିଜର ଯୋଜନା ପ୍ରସ୍ତୁତ କରିବାକୁ ଯାଉଛୁ । ଆମେ କେବଳ ସେହି ମଡେଲର ସୁରକ୍ଷା କରିବୁ ଯାହା ଭାରତରେ ନିର୍ମିତ ହୋଇଛି । ଏକ କିମ୍ବା ଦୁଇ ବର୍ଷ ଭିତରେ ଆମେ ଏପରି ପଲିସି ଆଣିବୁ ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଏହି ପଦକ୍ଷେପ ଦ୍ୱାରା ମେକ୍ ଇନ୍ ଇଣ୍ଡିଆ ଟାର୍ଗେଟକୁ ଆଗକୁ ବଢାଇବାରେ ସହଯୋଗ ମିଳିବ । ସରକାରୀ ଆଗାମୀ କିଛି ବର୍ଷ ମଧ୍ୟରେ ସୋଲାର ପ୍ୟାନେଲର ଇନପୁଟ୍ ଆମଦାନୀକୁ କମ୍ କରିଦେବେ । ସେ କହିଛନ୍ତି କମ୍ପାନୀ ବାହାରୁ ଏହାର ଇନପୁଟ୍ ଆମଦାନୀ କରୁଛନ୍ତି ଓ ଏଠାରେ ତାହାକୁ ଏକତ୍ରୀତ କରି ପ୍ୟାନେଲ ନିର୍ମାଣ କରୁଛନ୍ତି । କିନ୍ତୁ ଗ୍ରାହକଙ୍କୁ ଏହା ଭାରତରେ ନିର୍ମାଣ ହୋଇଛି କହି ବିକ୍ରୀ କରୁଛନ୍ତି ଯେତେବେଳେ କି ଏହା ୯୦ % ଚୀନ୍‌ରେ ହିଁ ନିର୍ମାଣ ହୋଇଛି । ଆଗାମୀ ବର୍ଷ ମନ୍ତ୍ରଣାଳୟ ମଡେଲ ଓ ନିର୍ମାତାଙ୍କ ଅନୁମୋଦିତ ତାଲିକାର ସମୀକ୍ଷା ବି କରିବେ । ମନ୍ତ୍ରୀ କହିଛନ୍ତି ଆମେ ଜନତାଙ୍କ ସୁରକ୍ଷା ଲାଗି ନିର୍ମାତାଙ୍କୁ କୌଣସି ବି ପୁରୁଣା ଡିଭାଇସ୍ କିମ୍ବା ଟେକ୍ନୋଲଜିର ସମର୍ଥନ କରିବାକୁ ଅନୁମତି ଦେବୁ ନାହିଁ ।

Get real time updates directly on you device, subscribe now.