fbpx

ଦାହ ସଂସ୍କାର ସମୟରେ ନିଆଁରେ ଜଳେ ନାହିଁ ଶରୀରର କେଉଁ ଅଂଶ, ଜାଣନ୍ତୁ ଏହା ପଛରେ ଥିବା ଆଶ୍ଚର୍ଯ୍ୟଜନକ କାରଣ

ମୃତ୍ୟୁ ପରେ ସମସ୍ତଙ୍କର ଅନ୍ତିମ ସଂସ୍କାର କରାଯାଇଥାଏ । ହିନ୍ଦୁ ମାନ୍ୟତା ଅନୁସାରେ ଶରୀରକୁ ଅଗ୍ନିରେ ଜଳାଇବାର ପରମ୍ପରା ରହିଛି । ଏହାଦ୍ୱାରା ଆମ ଶରୀରର ଗୋଟି ଗୋଟି ଅଂଶ ମାଟି, ଜଳ, ବାୟୁ, ଅଗ୍ନି ଓ ଆକାଶ ଏହି ପଞ୍ଚଭୂତରେ ଲୀନ ହୋଇଥାଏ । ଅନ୍ତିମ ସଂସ୍କାର ସମୟରେ ଯେତେବେଳେ ନିଆଁ ଲଗାଯାଏ ସେତେବେଳେ ଶରୀରର ଗୋଟି ଗୋଟି ଅଂଶ ଜଳି ପାଉଁଶ ହୋଇଯାଏ । ଶରୀରର ହାଡସବୁ ବି ଜଳି ପାଉଁଶ ହୋଇଯାଏ । କିନ୍ତୁ କିଛି ଅସ୍ଥି ନ ଜଳି ରହି ଯାଇଥାଏ ଯାହାକୁ ଆମେ ପାଉଁଶ ଶୀତଳ ହେବା ପରେ ଆଣି ନଦୀରେ ଭସାଇ ଦେଇଥାଉ । କିନ୍ତୁ ଆପଣ ଜାଣନ୍ତି କି ଆମ ଶରୀରର ଏପରି ଏକ ଅଂଶ ରହିଛି ଯାହା କେବେ ବି ଜଳି ନ ଥାଏ । ତେବେ ଏହା କ’ଣ ଓ କାହିଁକି ଜଳି ନ ଥାଏ ଆସନ୍ତୁ ଜାଣିବା ।

ବୈଜ୍ଞାନିକମାନେ ଦାହ ସଂସ୍କାର ସମୟରେ ଶରୀରରେ କେଉଁ ପ୍ରକାର ପରିବର୍ତ୍ତନ ହୋଇଥାଏ ତାହାକୁ ନେଇ ରିସର୍ଚ୍ଚ କରିଥିଲେ । ସେମାନେ ଜାଣିପାରିଥିଲେ କି ଯଦି ତାପମାତ୍ରା ୬୭୦ରୁ ୮୧୦ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ ତେବେ ଶରୀର ମାତ୍ର ୧୦ ମିନିଟ୍‌ରେ ତରଳିଯିବ । ୩୦ ମିନିଟ୍ ମଧ୍ୟରେ ପୁରା ତ୍ୱଚା ଜଳିଯିବ ଓ ୪୦ ମିନିଟ୍ ପରେ ଶରୀର ଭିତରର ସମସ୍ତ ଅଙ୍ଗ ଜଳିଯାଇ ଜାଲ ପରି ଦେଖାଯିବ । ୫୦ ମିନିଟ୍ ପରେ ହାତ ପାଦ ଜଳି ନଷ୍ଟ ହୋଇଯାଏ ଓ ୧ ଘଣ୍ଟା ପରେ ଶରୀରର ମୁଖ୍ୟ ଅଂଶ ଜଳିଯାଏ ।

ମାନବ ଶରୀରରୁ ପୁରା ଜଳାଇବାରେ ୨ରୁ ୩ ଘଣ୍ଟା ସମୟ ଲାଗିଥାଏ । କିନ୍ତୁ ଶରୀରର ଗୋଟିଏ ଅଂଶ ଜଳି ନ ଥାଏ । ଏହା ହେଉଛି ମଣିଷର ଦାନ୍ତ । ଏହା ନ ଜଳିବା ପଛରେ କାରଣ ବି ରହିଛି । ଏହା କ୍ୟାଲସିୟମ ଫସଫେଟ୍‌ରେ ତିଆରି ହୋଇଥିବାରୁ ଏଥିରେ ନିଆଁ ଧରି ନ ଥାଏ । କିଛି ଲୋକ କହିଥାନ୍ତି ନଖ ବି ନିଆଁରେ ଜଳି ନ ଥାଏ । କିନ୍ତୁ ଏହା ପଛରେ କୌଣସି ବୈଜ୍ଞାନିକ କାରଣ ନାହିଁ ।

Get real time updates directly on you device, subscribe now.