fbpx

୨୨ ବର୍ଷ ହେବ ଏ ୭ଟି ଗାଁରେ ଫୁଟିନି ବାଣ: କେବଳ ଦୀପ ଜାଳି ପାଳନ କରନ୍ତି ଦୀପାବଳି

ତାମିଲନାଡ଼ୁ: ଦୀପାବଳିରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଦେଶରେ ଅନେକ ସ୍ଥାନରେ ବାଣ ଫୁଟାଯାଇଛି । ତେବେ ଏ ପରି ସ୍ଥଳେ ବାଣ ନଫୁଟାଇ ଶବ୍ଦହୀନ ଦୀପାବଳି ପାଳନ କରି ଚର୍ଚ୍ଚାର ବିଷୟ ପାଲଟିଛି ତାମିଲନାଡ଼ୁର ୭ଟି ଗାଁ । ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ । ଏହି ଗାଁରେ ଦୀର୍ଘ ୨୨ ବର୍ଷ ହେବ ଶବ୍ଦ ବିହୀନ ଦୀପବଳି ପାଳନ ହୋଇଆସୁଛି । ଚେଲପମ୍ପାଲାୟମ, ଭଦାମୁଗାମ ଭେଲୋଡୁ, ସେମଣ୍ଡମପ୍ପଲାୟମ, କରୁକଙ୍ଗକାଟୁ ଭାୟାସୁ, ଫୁଙ୍ଗମ୍ପାଡି ସହିତ ଆଉ ୨ଟି ଗାଁରେ ଏପରି ଭାବେ ଦୀପାବଳି ପାଳନ କରାଯାଉଛି।

ସୂଚନା ଅନୁଯାୟୀ, ତାମିଲନାଡୁର ଇରୋଡ ଜିଲ୍ଲା ଅନ୍ତର୍ଗତ ୭ଟି ଗାଁ’ର ବାସିନ୍ଦା ଦୀପାବଳିକୁ କେବଳ ଆଲୋକରେ ପାଳନ କରିଥାନ୍ତି । ଏହାର କାରଣ ହେଉଛି ଏଠାରେ ଥିବା ପକ୍ଷୀ ଅଭୟାରଣ୍ୟ । ପକ୍ଷୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କୌଣସି ବାଣ ନଫୁଟାଇ ଏଠାକାର ବାସିନ୍ଦା ‘ଶାନ୍ତିର ଦୀପାବଳି’ ପାଳନ କରିଥାନ୍ତି । ଯେଉଁଥିରେ କେବଳ ଦୀପ ଓ ଆଲୋକ ସଜ୍ଜାରେ ଧୁମଧାମରେ ଦୀପାବଳି ପାଳନ କରାଯାଇଥାଏ । ତେବେ ବିଗତ ୨୨ ବର୍ଷ ହେବ ଏଠାରେ ଏହି ପରମ୍ପରା ଚାଲିଆସୁଛି ।

ପ୍ରତିବର୍ଷ ସ୍ଥାନୀୟ ଏବଂ ପ୍ରବାସୀ ପକ୍ଷୀ ଅକ୍ଟୋବରରୁ ଜାନୁଆରୀ ମଧ୍ୟରେ ଅଣ୍ଡା ଦେବାପାଇଁ ଏହି ଅଭୟାରଣ୍ୟକୁ ବହୁସଂଖ୍ୟରେ ଆସିଥାନ୍ତି । ଦୀପାବଳି ସାଧାରଣତଃ ଅକ୍ଟୋବର କିମ୍ବା ନଭେମ୍ବର ମାସରେ ପଡ଼ିଥାଏ । ତେଣୁ ଏହି ଏହାକୁ ଦୃଷ୍ଟିରେ ରଖି ଏହି ୭ଟି ଗାଁର ପ୍ରାୟ ୯୦୦ ଲୋକ ବିନା ଶବ୍ଦରେ ଏବଂ ବିନା ବାଣରେ ଦୀପାବଳି ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.