fbpx

‘Tiger-3’ premiere; ସିନେମା ହଲରେ ବାଣ ଫୁଟାଇ ଜେଲ ଗଲେ ସଲମାନ ଖାନଙ୍କ ପ୍ରଶଂସକ

ମୁମ୍ବାଇ: ଲମ୍ୱା ସମୟ ବ୍ୟବଧାନ ପରେ ପୁଣି ଥରେ ବଡ ପରଦାରେ ଫେରିଛନ୍ତି ବଲିଉଡ ଭାଇଜାନ । ଏହି ଦୀପାବଳି ଅବସରରେ ନଭେମ୍ବର ୧୨ ତାରିଖରେ ତାଙ୍କ ରିଲିଜ୍ ହୋଇଛି ତାଙ୍କ ଫିଲ୍ମ ‘ଟାଇଗର-୩’ । ଏହି ବହୁ ପ୍ରତୀକ୍ଷିତ ସିନେମାରେ ମୁଖ୍ୟ ଭୂମିକାରେ ବଲିଉଡ ଭାଇଜାନ ସଲମାନ ଖାନଙ୍କ ସହିତ ସ୍ଲିମ ବ୍ୟୁଟି କ୍ୟାଟ୍ରିନା କୈଫ ନଜର ଆସିଛନ୍ତି । ତେବେ ଏହି ‘ଟାଇଗର-୩’ ଫିଲ୍ମ ଦେଖିବାକୁ ସଲମାନ ଖାନଙ୍କ ପ୍ରଶଂସକମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ଏହି ସମୟରେ ପ୍ରଶଂସକମାନେ ସିନେମା ହଲରେ ଏଭଳି କିଛି କାଣ୍ଡ ଭିଆଇଛନ୍ତି ଯାହାକୁ ନେଇ ସେମାନେ ବିବାଦ ଘେରକୁ ଆସିଛନ୍ତି ।

ସୂଚନା ଅନୁଯାୟୀ, ମୁମ୍ବାଇର ମାଲୋଗାଓଁରେ ଥିବା ଏକ ସିନେମା ହଲରେ ଭାଇଜାନଙ୍କ ପ୍ରଶଂସକମାନେ ଭିନ୍ନ ଢଙ୍ଗରେ ଏହାକୁ ସେଲିବ୍ରେଟ କରିଥିବା ଦେଖିବାକୁ ମିଳିଛି । ସେମାନେ ସିନେମା ହଲ ଭିତରେ ବାଣ ଫୁଟାଇ ଫିଲ୍ମକୁ ସେଲିବ୍ରେଟ କରିଥିବା ଦେଖିବାକୁ ମିଳିଛି । ଥିଏଟର ଭିତରେ ବସିଥିବା କିଛି ପ୍ରଶଂସକ ଭୟଭୀତ ହୋଇ ନିରାପଦ ସ୍ଥାନକୁ ଦୌଡୁଥିବା ଦେଖିବାକୁ ମିଳିଛି। ଏକ ମିନିଟରୁ ଅଧିକ ସମୟ ଧରି ଆତସବାଜି ଚାଲିଥିବା ଏହି ଭିଡିଓଟି ସୋସିଆଲ ମିଡ଼ିଆରେ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ପୋଲିସ ବର୍ତ୍ତମାନ ଏହାର ତଦନ୍ତ ଆରମ୍ଭ କରିଛି। ଚାଭାନି ପୋଲିସ ଷ୍ଟେସନରେ ଧାରା ୧୧୨ ଅନୁଯାୟୀ ମୋହନ ଥିଏଟର ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ ମଧ୍ୟ କରିଛି।
କେବଳ ମାଲେଗାଓଁରେ ନୁହେଁ, ସଲମାନ ଖାନଙ୍କ ପ୍ରଶଂସକମାନେ ଦେଶର ବିଭିନ୍ନ ସ୍ଥାନରେ ସିନେମା ହଲରେ ଏଭଳି ବାଣ ଫୁଟାଇଥିବା ସୂଚନା ମିଳିଛି।

ଏଠାରେ କହି ରଖୁ ଯେ, ୧୯୯୭ ମସିହାରେ ଏହିପରି ଏକ ଦୁର୍ଘଟଣା ଦିଲ୍ଲୀ ସ୍ଥିତ ‘ଉପହାର’ ସିନେମା ହଲରେ ଘଟିଥିଲା । ‘ବର୍ଡ଼ର’ ଫିଲ୍ମର ସ୍କ୍ରିନିଂ ବେଳେ ପ୍ରଶଂସକମାନେ ବାଣ ଫୁଟାଇବା ଦ୍ୱାରା ସିନେମା ହଲରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା । ଫଳରେ ୫୯ ଜଣଙ୍କର ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.