ନୂଆଦିଲ୍ଲୀ:ଆଇସିସି ୱାର୍ଲ୍ଡ କପ୍ ୨୦୨୩ରେ ଲିଗ୍ ଷ୍ଟେଜ୍ ମ୍ୟାଚ୍ ଶେଷ ହୋଇଯାଇଛି । ଏବେ ୧୫ ଓ ୧୬ ନଭେମ୍ବରରେ ସେମିଫାଇନାଲ ମ୍ୟାଚ୍ ଖେଳାଯିବ । ପ୍ରଥମ ସେମିଫାଇନାଲ ମ୍ୟାଚ୍ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ । ସେହିପରି ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ଟିମ୍ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ଲାଗି ଅମ୍ପାୟାରିଂ କିଏ କରିବେ ସେ ବିଷୟରେ ଆଇସିସି ଅଧିକାରୀକ ଭାବରେ ଘୋଷଣା କରିସାରିଛି ।
ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ରେ ଅଷ୍ଟ୍ରେଲିଆର ରଡ୍ ଟକର ଓ ଇଂଲଣ୍ଡର ରିଚାର୍ଡ ଇଲିଙ୍ଗବର୍ଥ ଅନଫିଲ୍ଡ ଅମ୍ପାୟାର ହେବେ । ଏଠାରେ ସୂଚାଇ ଦିଆଯାଇପାରେ କି ରଡ୍ ଟକର ତାଙ୍କର ୧୦୦ ତମ ୱାନ ଡେ’ ମ୍ୟାଚ୍ରେ ଅମ୍ପାୟରିଂ କରୁଥିବାର ନଜର ଆସିବେ । ଏହି ମ୍ୟାଚ୍ରେ ଥାର୍ଡ ଅମ୍ପାୟାର ଜୋଏଲ୍ ୱିଲସନ୍ ଓ ୪ର୍ଥ ଅମ୍ପାୟାର ଏଡରିଅନ ହୋଲ୍ଡଷ୍ଟକ ରହିବେ । ସେହିପରି ମ୍ୟାଚ୍ ରେଫରୀ ରହିବେ ଏଣ୍ଡି ପାୟକ୍ରାଫ୍ଟ । ଏହାର ଅର୍ଥ ଏଥର ଭାରତର ନକଆଉଟ୍ ମ୍ୟାଚ୍ରେ ରିଚାର୍ଡ କେଟଲବୋରୋ ଅମ୍ପାୟାରିଂ କରୁଥିବାର ନଜର ଆସିବେ ନାହିଁ । ଟିମ୍ ଇଣ୍ଡିଆର ପୂର୍ବ କେତେକ ନକ୍ ଆଉଟ୍ ମ୍ୟାଚ୍ରେ ରିଚାର୍ଡ କେଟଲବୋରୋ ଅମ୍ପାୟରିଂ କରିଥିଲେ ଓ ଫ୍ୟାନ୍ସଙ୍କୁ ନିରାଶ କରିଥିଲେ ।
ସେହିପରି ଦକ୍ଷିଣ ଆଫ୍ରିକା ବନାମ ଅଷ୍ଟ୍ରେଲିଆ ମ୍ୟାଚ୍ରେ ଭାରତର ନିତିନ ମେନନ ଓ ରିଚାର୍ଡ କେଟଲବୋରୋ ଅମ୍ପାୟରିଂ କରିବେ । ସେହିପରି ତୃତୀୟ ଅମ୍ପାୟର କ୍ରିସ୍ ଗେଫନୀ ଓ ୪ର୍ଥ ଅମ୍ପାୟାର ମାଇକେଲ ଗଫ୍ ରହିବେ । ଏହା ବ୍ୟତିତ ଏହି ମ୍ୟାଚ୍ରେ ଭାରତର ଜବଗଲ ଶ୍ରୀନାଥ ମ୍ୟାଚ୍ ରେଫରୀ ରହିବେ ।