ବଦଳିବ ଟିମ୍ ଇଣ୍ଡିଆର ପ୍ଲେଇଂ-୧୧? ନ୍ୟୁଜିଲାଣ୍ଡର ଟପ-୫ ଜଣ ବ୍ୟାଟ୍ସମ୍ୟାନ ବାମହାତୀ, ସେମି ଗେମ୍ ପ୍ଲାନ ଚେଞ୍ଜ କରିପାରେ ଭାରତ
ନୂଆଦିଲ୍ଲୀ: ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚଳିତ ଦିନିକିଆ ବିଶ୍ୱକପର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଖେଳାଯିବ । ଏନେଇ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଓ ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ୱିଲିୟମସନ ସ୍ୱତନ୍ତ୍ର ଗେମ୍ ପ୍ଲାନ୍ ପ୍ରସ୍ତୁତ କରୁଛନ୍ତି । ଗତ ୨୦୧୯ ବିଶ୍ୱକପ ସେମିଫାଇନାଲ ପରେ କ୍ରମାଗତ ଦ୍ୱିତୀୟ ବିଶ୍ୱକପରେ ଦୁଇ ଟିମ୍ ପରସ୍ପରକୁ ସେମିରେ ଭେଟିବେ ।
ତେବେ ଆଜିର ମ୍ୟାଚରେ ଭାରତର ପ୍ଲେଇଂ-୧୧ ଉପରେ ଫ୍ୟାନ୍ସଙ୍କର ନଜର ରହିଛି । ଆଜିର ମ୍ୟାଚରେ ଅତିରିକ୍ତ ସ୍ପିନର ରବିନନ୍ଦ୍ରନ ଅଶ୍ୱିନୀଙ୍କୁ ଖେଳାଯିବା ନେଇ ଚର୍ଚ୍ଚା ହେଉଛି । ନ୍ୟୁଜିଲାଣ୍ଡର ଟପ-୮ ଜଣ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ୫ ଜଣ ବାମହାତୀ ହୋଇଥିବାରୁ ଏଭଳି ସ୍ଥିତିରେ ଅଧିନାୟକ ରୋହିତ କି ନିଷ୍ପତ୍ତି ନେଉଛନ୍ତି ତା’ ଉପରେ ସଭିଙ୍କ ନଜର ରହିଛି । ଅନ୍ୟପକ୍ଷରେ ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି ଓ ମହମ୍ମଦ ସିରାଜ ମୋଟ ୪୫ଟି ୱିକେଟ ନେଇ ଶକ୍ତିଶାଳୀ ପେସ୍ ବୋଲିଂର ପ୍ରମାଣ ଦେଇଛନ୍ତି । ତେଣୁ ପେସ୍ ବିଭାଗରେ ପରିବର୍ତ୍ତନର ସମ୍ଭାବନା କମ୍ । ଏପରି ସ୍ଥିତିରେ ଭାରତ ଶେଷ ଥର ପାଇଁ ନେଦରଲାଣ୍ଡସ୍ ବିପକ୍ଷରେ ଖେଳିଥିବା ପ୍ଲେଇଂ-୧୧କୁ ନେଇ ପଡ଼ିଆକୁ ଓହ୍ଲାଇପାରେ ।
ସମ୍ଭାବ୍ୟ ପ୍ଲେଇଂ-୧୧: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ (ୱିକେଟ କିପର), ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡ଼େଜା, ମହମ୍ମଦ ଶାମୀ, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ ।