fbpx

ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ପ୍ରଥମ ଥର ଦିଆଯିବ ‘ଯୁବ ପୁରସ୍କାର’ ଓ ‘ଶିଶୁ ପ୍ରତିଭା ପୁରସ୍କାର’: ବିଜ୍ଞପ୍ତି ଜାରି କଲା ରାଜ୍ୟ ସଂସ୍କୃତି ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଯୁବ ଶିଳ୍ପୀମାନଙ୍କ ପାଇଁ ଆସିଛି ଏକ ଖୁସି ଖବର । ପ୍ରଥମ ଥର ପାଇଁ ଓଡ଼ିଶାର ଯୁବ ଶିଳ୍ପୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ‘ଯୁବ ପୁରସ୍କାର’ ପ୍ରଦାନ କରାଯିବ । ୧୩ ଗୋଟି ବିଭାଗରେ ଯୁବ ଶିଳ୍ପୀମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯିବ । ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ବିଜ୍ଞପ୍ତି ମୁତାବକ, ପ୍ରଥମ ଥର ପାଇଁ ଓଡ଼ିଶାର ଯୁବ ଶିଳ୍ପୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ୧୩ ଗୋଟି ବିଭାଗରେ ‘ଯୁବ ପୁରସ୍କାର’ ପ୍ରଦାନ କରାଯିବ । ଏହି ଅବସରରେ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ସେହିପରି ଶିଶୁମାନଙ୍କ କଳାର ବିକାଶ ପାଇଁ ୩ଟି ବର୍ଗରେ ୧୫ ଗୋଟି ‘ଶିଶୁ ପ୍ରତିଭା ପୁରସ୍କାର’ ପ୍ରଦାନ କରାଯିବା ସହ ସେମାନଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ ।

ତେବେ ଏହି ପୁରସ୍କାର ପାଇଁ ସମସ୍ତ ନିୟମାବଳୀ ଓ ଆବେଦନ ଫର୍ମ ଓଡ଼ିଶା ଲଳିତ କଳା ଏକାଡେମୀ ୱେବସାଇଟ http://odishalalitkalaakademi.org/ରେ ଉପଲବ୍ଧ ରହିଛି । ଯୁବ ଶିଳ୍ପୀ ପୁରସ୍କାରରେ ଭାଗ ନେବା ପାଇଁ ବୟସ ୧୮-୪୦ ବର୍ଷ ରହିଥିବା ବେଳେ ଶିଶୁ ପୁରସ୍କାର ପାଇଁ ୪-୭ ବର୍ଷ (ଉପ-କନିଷ୍ଠ ବର୍ଗ), ୮-୧୨ ବର୍ଷ (କନିଷ୍ଠ ବର୍ଗ) ଓ ୧୩-୧୭ ବର୍ଷ (ବରିଷ୍ଠ ବର୍ଗ) ରହିଛି । ଇଚ୍ଛୁକ ଶିଳ୍ପୀ ପ୍ରାର୍ଥୀ / ପ୍ରାର୍ଥୀନୀ ନଭେମ୍ବର ୧୧ରୁ ୨୬ ତାରିଖ ମଧ୍ୟରେ ଡାକ ଦ୍ୱାରା କିମ୍ବା ଏକାଡେମୀ ଅଫିସରେ ଆବେଦନ ପତ୍ର ଦାଖଲ କରିପାରିବେ ।

Get real time updates directly on you device, subscribe now.