fbpx

BREAKING NEWS; ପୋଲିସ ଡିଜି ସୁନୀଲ ବଂଶଲଙ୍କୁ ଅବସର ଅନୁମତି ଦେଲେ ରାଜ୍ୟ ସରକାର

ଓଡିଶା ଭାସ୍କର; ପୋଲିସ ଡିଜି ସୁନୀଲ ବଂଶଲଙ୍କୁ ଅବସର ଅନୁମତି । ସରକାରୀ ଚାକିରିରୁ ଅବସର ପାଇଁ ଅନୁମତି ଦେଲେ ରାଜ୍ୟ ସରକାର । ଆସନ୍ତା ଡିସେମ୍ବର ୩୧ ତାରିଖରେ ଅବସର ନେବା ପାଇଁ ତାଙ୍କୁ ଅନୁମତି ମିଳିଥିବା ଜଣାପଡିଛି । ଅବସର ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ୧୯୮୭ ବ୍ୟାଚର ଆଇପିଏସ୍ ଅଫିସର ସୁନୀଲ ବଂଶଲ ପ୍ରଥମେ ମୟୂରଭଂଜ ଏସପି ଭାବେ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ପରେ କେନ୍ଦ୍ରୀୟ ଡେପୁଟେସନରେ ଯାଇ ସେ ଦୀର୍ଘ ୨୭ ବର୍ଷ ପରେ ପୁଣି ଥରେ ଓଡିଶାକୁ ଫେରି ଡିଜିପି ଭାବେ ଦାଇତ୍ୱ ଗ୍ରହଣ କରିଥିଲେ। ଦୀର୍ଘ ଦିନ ହେବ ସେ ଓଡିଶା ସହିତ ବହୁ ଜଡିତ ଥିଲେ । ତେବେ ତାଙ୍କ କାର୍ୟ୍ୟକାଳ ଆସନ୍ତା ଡିସେମ୍ବର ୩୧ ତାରିଖରେ ଶେଷ ହେବାକୁ ଯାଉଛି । ଯାହାକୁ ନେଇ ଆଜି ରାଜ୍ୟ ସରକାର ଅବସର ପାଇଁ ଅନୁମତି ପ୍ରଦାନ କରିଛନ୍ତି ।

Get real time updates directly on you device, subscribe now.