fbpx

(video)ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଆକାଶରେ ‘ସୂର୍ଯ୍ୟକିରଣ’ ଟିମ୍ ଦେଖାଇଲେ ଚମତ୍କାର, ଦର୍ଶକ ସ୍ତବ୍ଧ

ନୂଆଦିଲ୍ଲୀ: ଆଜି ଅହମ୍ମଦାବାଦରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ୍ ୨୦୨୩ ଫାଇନାଲ ମ୍ୟାଚ୍ ଚାଲିଥିବା ବେଳେ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ ଟିମ୍ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଆକାଶରେ ଏପରି ପ୍ରଦର୍ଶନ କରିଛନ୍ତି ଯାହା ଦର୍ଶକଙ୍କୁ ବେଶ୍ ବିମୋହିତ କରିଛି । ତେବେ ଖେଳ ଆରମ୍ଭ ହେବାର ୧୦ ମିନିଟ୍ ପୂର୍ବରୁ ବାୟୁସେନା ପକ୍ଷରୁ ଏହି ଆକର୍ଷଣୀୟ ଶୋ’ ପ୍ରଦର୍ଶନ କରାଯାଇଛି ।

ଏହି ଶୋ’ ଲାଗି ଗତ ଶୁକ୍ରବାର ଓ ଶନିବାର ଜୋରଦାର ଅଭ୍ୟାସ ଆରମ୍ଭ ହୋଇଥିଲା । ସୂର୍ଯ୍ୟକିରଣ ଟିମ୍ ବିଭିନ୍ନ ଅବସରରେ ଆକାଶ ମାର୍ଗରେ ବେଶ୍ ଆକର୍ଷଣୀୟ ପ୍ରଦର୍ଶନ କରି ସମସ୍ତଙ୍କ ହୃଦୟ କିଣି ପାରିଛନ୍ତି । ଏହି ଟିମ୍‌ରେ ବାୟୁସେନାର ୯ ଗୋଟି ଯୁଦ୍ଧ ବିମାନ ସାମିଲ ରହିଛନ୍ତି ଯେଉଁମାନେ ମିଳିତ ଭାବରେ ବିଭିନ୍ନ ସମୟରେ ଦେଶର ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ପ୍ରଦର୍ଶନ କରି ଦେଖାଇଛନ୍ତି ।

Get real time updates directly on you device, subscribe now.