fbpx

ପିଆଜ, ଡାଲି, ଚିନି ଠାରୁ ଆରମ୍ଭ କରି ଏହିସବୁ ଖାଦ୍ୟସାମଗ୍ରୀର ଦର ଆହୁରି ବଢିବ, କ’ଣ ରହିଛି କାରଣ ଜାଣନ୍ତୁ

ନୂଆଦିଲ୍ଲୀ: ଆଗାମୀ ଦିନରେ ଆପଣଙ୍କ ରୋଷେଇଘରର ବଜେଟ୍ ପୁଣି ଆଶାତୀତ ଭାବରେ ବୃଦ୍ଧି ପାଇବ । ଏହାର କାରଣ ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ମରୁଡି ପରି ସ୍ଥିତି । ଏହି କାରଣରୁ ପିଆଜ, ଡାଲି, ଚିନି, ଫଳ ଓ ପନିପରିବା ଯୋଗାଣ ସାରା ଦେଶରେ ପ୍ରଭାବିତ ହେବ ବୋଲି କୁହାଯାଉଛି । ଫଳରେ ଏହିସବୁ ଖାଦ୍ୟସାମଗ୍ରୀର ଦର ବଢିଯିବ । ମହାରାଷ୍ଟ୍ର ଏହିସବୁ ଖାଦ୍ୟସାମଗ୍ରୀର ପ୍ରମୁଖ ଉତ୍ପାଦକ ଅଟେ । ବର୍ଷା କମ୍ ହୋଇଥିବାରୁ ଚଳିତ ବର୍ଷ ରାଜ୍ୟରେ ଜଳାଶୟ ସ୍ତର ପୂର୍ବ ବର୍ଷ ତୁଳନାରେ ୨୦% କମ୍ ରହିଛି ।

ମିଳିଥିବା ଏକ ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ରରେ ଜଳର ଅଭାବ କାରଣରୁୁ ରବି ଋତୁରେ ପିଆଜ ଅମଳ ହ୍ରାସ ପାଇବ । ହରଡ ଓ ଆଖୁ ଉତ୍ପାଦନ ମଧ୍ୟ ପୂର୍ବରୁ ହ୍ରାସ ପାଇଛି । ଏହାପରେ ଗହମ ଓ ଚଣା ଫସଲ ମଧ୍ୟ ଏତେ ଭଲ ହୋଇନାହିଁ । ଅନ୍ୟପଟେ ପିଆଜର ମୂଲ୍ୟ ପୂର୍ବରୁ ତ ବଢିକରି ରହିଛି ।
ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ଅନୁସାରେ ମୌସୁମୀ ଆସିବା ସମୟରେ ମହାରାଷ୍ଟ୍ରରେ ସ୍ୱଭାବିକ ବର୍ଷା ହୋଇଥିଲା ।କିନ୍ତୁ ରାଜ୍ୟର ମରାଠାୱାଡା , ମଧ୍ୟମହାରାଷ୍ଟ୍ର, ଉତ୍ତର ମହାରାଷ୍ଟ୍ର ପରି ବହୁ ଅଞ୍ଚଳରେ କମ୍ ବର୍ଷା ହୋଇଥିଲା । ଫଳରେ ଯେଉଁଠି କୃଷକ ୫ ଏକରରରେ ପିଆଜ ଲଗାଉଥିଲେ ସେଠି ସେମାନେ ମାତ୍ର ୨ ଏକରରେ ପିଆଜ ଲଗାଇଲେ ।

୧ ଅକ୍ଟୋବରରୁ ୧୫ ନଭେମ୍ବର ପର୍ଯ୍ୟନ୍ତ ରବି ଋତୁ ରହିଥାଏ । ପିଆଜ ଫସଲ କମ୍ ହୋଇଥିବାରୁ ଆଗାମୀ ବର୍ଷ ପିଆଜ ଯୋଗାଣ ପ୍ରଭାବିତ ହେବ । ଏବେ ତ ପିଆଜର ମୂଲ୍ୟ ଅଧିକ ରହିଛି । ଅକ୍ଟୋବରରେ ରୋଷେଇ ଘରର ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ପାଇ ୪୨%ରୁ ଅଧିକ ରହିଛି । ସେହିପରି ଉପଭୋକ୍ତା ଖାଦ୍ୟ ମୂଲ୍ୟ ସୂଚକାଙ୍କ ପୂର୍ବ ବର୍ଷ ତୁଳନାରେ ଚଳିତ ମାସରେ ୬.୬% ଉପରେ ରହିଛି ।

Get real time updates directly on you device, subscribe now.